Home ଓଡ଼ିଶା ଲକ୍‌ଡାଉନ୍ ସମୟରେ ରାଜ୍ୟର ସମସ୍ତଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ

ଲକ୍‌ଡାଉନ୍ ସମୟରେ ରାଜ୍ୟର ସମସ୍ତଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ

597

ଭୁବନେଶ୍ୱର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରଥମେ ୫ଟି ଓ ଗତକାଲି ଆଉ ୯ଟି ଜିଲ୍ଲାରେ ଲକ୍‌ଡାଉନ୍ ଲାଗୁ କରିବା ପରେ ସରକାର ଆଜି ସାରା ଓଡ଼ିଶାରେ ଏହାକୁ ଲାଗୁ କରିଛନ୍ତି । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି । ନିହାତି ଜରୁରୀ କାମ ନ ଥିଲେ ଲୋକେ ଘରୁ ନ ବାହାରି ସରକାରଙ୍କୁ କରୋନା ଭାଇରସ ଜନିତ ସ୍ଥିତିର ମୁକାବିଲାରେ ସହଯୋଗ କରନ୍ତୁ ବୋଲି ସରକାର କହିଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ କଟକଣାକୁ ଆହିରି ବ୍ୟାପ୍ତ କରି ସରକାର ଆଜି ସାରା ଓଡ଼ିଶାରେ ଲାଗୁ କରିଛନ୍ତି ଲକଡାଉନ୍ । ଆଜି ମଧ୍ୟ ରାତ୍ରରୁ ରାଜ୍ୟର ଅବଶିଷ୍ଟ ୧୬ଟି ଜିଲ୍ଲାରେ ଲାଗୁ ହୋଇଯିବ ଏହି ଲକଡାଉନ୍ । ଏହି ସମୟରେ ଲୋକଙ୍କୁ ନିଜ ନିଜ ଘରେ ରହିବାକୁ କୁହାଯାଇଥିବାରୁ ସେମାନଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।ପୁଲିସ ଓ ସ୍ଥାନୀୟ ପ୍ରଶାସନକୁ ଲୋକେ ସହଯୋଗ କରିବାକୁ ସରକାର କହିଛନ୍ତି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ରାଜ୍ୟରେ ଆଗାମୀ ୧୦ ଦିନ ପାଇଁ ରାଜ୍ୟରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଭାବ ଆଶଙ୍କାରେ ଲୋକେ ଆବଶ୍ୟକତାରୁ ଅଧିକ ସାମଗ୍ରୀ ନ କିଣିବାକୁ ସେ ପରାମର୍ଶ ଦେଇଛନ୍ତି ।କେହି ଯଦି ଏହି ଲକଡାଉନ ସମୟରେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ମହଜୁଦ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଲୋକେ ସାଧ୍ୟମତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରନ୍ତୁ,କହିଛନ୍ତି ସ୍ୱାଇଁ ।ଏହି ସମୟରେ ଲୋକଙ୍କ ଘରେ ବିଭିନ୍ନ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ ଦିଆଯିବ ବୋଲ୍ ମଧ୍ୟ ସେ କହିଛନ୍ତି । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀମାନେ ସବୁ ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ଓ କଣ୍ଟ୍ରୋଲ ସାମଗ୍ରୀ ପହଞ୍ଚାଇବେ । ସହରାଞ୍ଚଳରେ ସଂପୃକ୍ତ ପୌର ସଂସ୍ଥାକୁ ଏ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଲକ୍‌ଡାଉନ୍ ହୋଇଥିବା ସମସ୍ତ ଜିଲ୍ଲାରେ ଯାତ୍ରୀ ପରିବହନ ବନ୍ଦ ରହିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.