Home ଓଡ଼ିଶା ଲକ୍‌ଡାଉନ୍ ସମୟରେ ଆଦର୍ଶ ବାହାଘର-ବର କନ୍ୟାଙ୍କୁ ଆଶୀର୍ବାଦ କଲେ  ସମିତି ସଭ୍ୟ ଓ ସରପଂଚ

ଲକ୍‌ଡାଉନ୍ ସମୟରେ ଆଦର୍ଶ ବାହାଘର-ବର କନ୍ୟାଙ୍କୁ ଆଶୀର୍ବାଦ କଲେ  ସମିତି ସଭ୍ୟ ଓ ସରପଂଚ

202

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୨/୦୫-ସାରା ରାଜ୍ୟରେ କରୋନା ସଂକ୍ରମଣ ସମୟରେ ସରକାର ବିଭିନ୍ନ ନିତୀ ନିୟମ ଲାଗୁ କରିଛନ୍ତି । ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ବାହାଘର ଠାରୁ ଆରମ୍ଭ କରି ମେଳା ମହୋତ୍ସବ ଓ ଜାନି ଯାତ୍ରା ବନ୍ଦ କରିଛନ୍ତି । କିନ୍ତୁ ପୁଅ ଝିଅଙ୍କ ବାହାଘର ନେଇ ବାପା ମା ମାନେ ଚିନ୍ତାରେ ଥିବା ବେଳେ ସରକାରୀ ନିତୀ ନିୟମ କୁ ମାନି କେତେକ ଯାଗାରେ ଆଦର୍ଶ ବାହାଘର ଦେଖିବାକୁ ମିଳିଛି । ସେହିଭଳି ଏକ ଆଦର୍ଶ ବାହାଘର ନୟାଗଡ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ଗ୍ରାମ ପଂଚାୟତ ଶ୍ୟାମଘନପୁର ତାରିଣୀ ପୀଠରେ ମେ ୨ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇ ଯାଇଅଛି ।

ଲକ୍‌ଡାଉନ୍ ସମୟରେ ଏହା ଏକ ଆଦର୍ଶ ବାହାଘର । ଏହି ବାହାଘର ରେ ବିନା ଯୌତୁକ, ବିନା ବାଣବିନା ଲାଇଟ୍‌, ବିନା ଭୋଜି,  ରୋଷଣୀ,  ବିନା ବନ୍ଧୁ ବାନ୍ଧବରେ  ଆଦର୍ଶ ବିବାହ ଅନୁଷ୍ଠିତ ହୋଇ ଯାଇଅଛି । କେବଳ ପୁରୋହିତ ଓ ଉଭୟ ଅଭିଭାବକ ଉପସ୍ଥିତିରେ ଲକ୍‌ଡାଉନ୍ ନିତୀ ନିୟମ ମାନି ଥିବାରୁ ଏହା ଏକ ଆଦର୍ଶ ବାହାଘର ଭାବେ ପରିଗଣିତ । ବରକନ୍ୟାଙ୍କୁ ଆଶୀର୍ବାଦ କଲେ ସରପଂଚ ସୁକାନ୍ତ ସାମନ୍ତରାୟ ଓ ସମିତି ସଭ୍ୟ ତପନ ପଟ୍ଟନାୟକ  । କଟକ ଜିଲ୍ଲା ସାଗର ଜେମାଦେଇପୁର ର ସୁଶାନ୍ତ ପ୍ରଧାନ ଙ୍କ ଭାଣଜୀ ସୁନିତା ପ୍ରଧାନ ନୟାଗଡ ଜିଲ୍ଲା ରଣପୁର ଥାନା ଶ୍ୟାମଘନପୁର ଗ୍ରାମର ସନାତନ ମହାନ୍ତିଙ୍କ ପୁତୁରା ଦୁର୍ଗା ମହାନ୍ତିଙ୍କ ସହିତ ବାହାଘର ଅନୁଷ୍ଠିତ ହୋଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.