Home ଓଡ଼ିଶା ଲକ୍‌ଡାଉନ୍ ପରେ ପ୍ରଦୁଷଣ ମୁକ୍ତ ପାଇଁ କୁକୁଡା ଫାର୍ମ ମାଲିକଙ୍କ ପଦକ୍ଷେପ

ଲକ୍‌ଡାଉନ୍ ପରେ ପ୍ରଦୁଷଣ ମୁକ୍ତ ପାଇଁ କୁକୁଡା ଫାର୍ମ ମାଲିକଙ୍କ ପଦକ୍ଷେପ

263

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୫-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଜଙ୍କିଆ ଗ୍ରାମ ପଂଚାୟତରେ ସରକାରୀ ପ୍ରୋତ୍ସାହନରେ ଏକ ଲେୟାର କୁକୁଡା ଫାର୍ମ ଆରମ୍ଭ ହୋଇଅଛି । ଏହି କୁକୁଡା ଫାର୍ମରୁ ବାହାରୁଥିବା ବର୍ଜ୍ୟବସ୍ତୁ ଯୋଗୁଁ ଜଳବାୟୁ ପ୍ରଦୁଷିତ ହେଉଅଛି ବୋଲି ଏକ ଅଭିଯୋଗ ହୋଇଥିଲା । ତେଣୁ ଏହି ଅଭିଯୋଗକୁ ଭିତ୍ତି କରି ଏକ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶନ ପରେ କୁକୁଡା ଫାର୍ମ କର୍ତ୍ତୁପକ୍ଷ ପ୍ରଦୁଷଣ ମୁକ୍ତ ପାଇଁ ପଦକ୍ଷେପ ନେଇଥିବା ଜଣା ପଡିଛି । ଏ ନେଇ ଗତ ଫେବୃୟାରୀ ୪ ତାରିଖରେ ଜଙ୍କିଆ ଗ୍ରାମ ପଂଚାୟତରେ କୁକୁଡା ଫାର୍ମ କର୍ତ୍ତୁପକ୍ଷ ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୁକୁଡା ଫାର୍ମ ମାଲିକଙ୍କୁ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ କୁହା ଯାଇଥିଲା ।

କୁକୁଡା ଫାର୍ମର ମାଲିକ ବନ୍ଦନ ମହାନ୍ତିଙ୍କ କହିବା ଅନୁଯାୟୀ ଲକ୍‌ଡାଉନ୍ ଯୋଗୁଁ ଲେବର ନ ମିଳିବା ଯୋଗୁଁ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଏବେ ବର୍ଜ୍ୟବସ୍ତୁ ସୁପରିଚାଳନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଅଛି । ଏ ସମ୍ପର୍କେ କୁକୁଡା ଫାର୍ମର ପରିଚାଳକ ଅଭିରାମ ସାହୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି କୁକୁଡା ଫାର୍ମରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ବାହାରକୁ ନ ଯିବା ପାଇଁ ଏକ ପ୍ରାଚୀର କାମ ଆରମ୍ଭ ହୋଇଅଛି । ତତ୍ ସଙ୍ଗେ ସଙ୍ଗେ ବର୍ଜ୍ୟ ବସ୍ତୁକୁ ସରଂକ୍ଷଣ କରି ରଖିବା ପାଇଁ ଏକ ସୋକ୍ କିଟ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଅଛି । ସେ ଗଛିତ ବର୍ଜ୍ୟ ବସ୍ତୁକୁ ନେଇ ଜୈବ ସାର ପ୍ରସ୍ତୁତି ହୋଇ ପ୍ୟାକେଟ୍ ନିର୍ମାଣ କରିବା ପାଇଁ ଏକ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଅଛି । ସରକାରୀ ନିର୍ଦ୍ଧେଶନାମା ଅନୁଯାୟୀ ଫାର୍ମରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା କରାଯିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଆଉ ଜଳବାୟୁ ପ୍ରଦୁଷିତ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.