Home ଜିଲ୍ଲା ପରିକ୍ରମା ଲକ୍ଷ୍ମୀବସ୍ ଅପେକ୍ଷାରତ ଆଶ୍ରୟ ସ୍ଥଳ, ଅଧାଗଢାରେ ଦେଢବର୍ଷ ; ପୁରାହେବ କେବେ!

ଲକ୍ଷ୍ମୀବସ୍ ଅପେକ୍ଷାରତ ଆଶ୍ରୟ ସ୍ଥଳ, ଅଧାଗଢାରେ ଦେଢବର୍ଷ ; ପୁରାହେବ କେବେ!

16

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାତ୍ରୀଙ୍କ ପାଇଁ ସୁରକ୍ଷା ହେଉ ଅବା ଅପେକ୍ଷା ଆଶ୍ରୟ(ବସଷ୍ଟପ୍‌)ସ୍ଥଳର ଭୁମିକା ଢେର ଗୁରୁତ୍ୱପୂର୍ଣ୍ଣ। ବସ ଆଶ୍ରୟ ସ୍ଥଳୀ ପାଖରେ ଅଟକେ ଆଉ ଯାତ୍ରୀଙ୍କୁ ନେଇ ଲକ୍ଷ୍ୟ ସ୍ଥଳରେ ପହଂଚାଇଥାଏ। ନାୟକାଣିଡିହି ସ୍ଥିତ ମଲ୍ଲିକାଦେଇପୁର ଠାରେ ନିର୍ମାଣଧୀନ ଲକ୍ଷ୍ମୀବସ ଅପେକ୍ଷାରତ ଆଶ୍ରୟସ୍ଥଳ ଅଧାଗଢାରେ ଦେଢବର୍ଷ ବିତିଲାଣି। କାମ କେବେ ସମ୍ପୁର୍ଣହେବ ଆଉ ଯାତ୍ରୀଙ୍କ ସେବାରେ ଲାଗିବା ତାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷ୍ମୀ ବସ ଅପେକ୍ଷାରତ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୫ ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ଅଟକଳରେ ମଲ୍ଲିକାଦେଇପୁର ଠାରେ ବସ ରହଣିସ୍ଥଳ ନିର୍ମାଣ ପାଇଁ ବିଭାଗ ହାତକୁ ନେଇଥିଲା। ଏହି ଆଧାରରେ ପ୍ରସ୍ତାବିତ ସ୍ଥାନରେ ସ୍ୱଛତା ଫଳକ ଲାଗିଛି। ଗତବର୍ଷ ଜାନୁୟାରୀ ମାସରେ କାମ ଆରମ୍ଭ ହୋଇଥିବା ଫଳକ କହୁଛି। ଯାତ୍ରୀ ଅପେକ୍ଷାରତ ଆଶ୍ରୟସ୍ଥଳର ସ୍ଥିତି କହୁଛି, ଦେଢବର୍ଷ ତଳୁ ଆରମ୍ଭ ହୋଇଥିବା କାମ କେବଳ ଇଟା ଯୋଡାଯାଇ ଛାତପଡି ଠିଆ ହୋଇଛି। ଅଧାଗଢା ହୋଇ ଯାତ୍ରୀ ଅପେକ୍ଷାରତ ଆଶ୍ରୟସ୍ଥଳ ଠିଆ ହୋଇଥିବା ବେଳେ ଅଧାରୁ ଅଧିକ ବିଲ ଉଠା ସରିଲାଣି। କେବେ କାମ ସମ୍ପୁର୍ଣ୍ଣ ହେବ ଆଉ ଲୋକଙ୍କ ସେବାରେ ଲାଗିବ ତାର ଉତ୍ତରବି ବିଭାଗ ପାଖରୁ ମିଳୁନି। ସମସ୍ୟା ସମ୍ପର୍କରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଆନିଶ ସୁବୁଦ୍ଧି ରାୟ କହିଛନ୍ତି; କାମ ଚାଲିଛି, ଯେଉଁ ଅନୁସାରେ କାମ ହୋଇଛି ସେତିକି ବିଲ ଉଠିଛି। ବାକି କାମ ଖୁବ ଶିଘ୍ର କରାଯିବ। ତେବେ ଅଧା କାମ ପାଇଁ ଦେଢବର୍ଷ ଲାଗିଥିବା ବେଳେ କାମ ପୁରା କେବେ ହେବ ତା’ ଉପରେ ଯାତ୍ରୀଙ୍କ ନଜର ରହିଛି। ଏହାବାଦେ ବ୍ଲକରେ ୩୦/୩୧ ଟି ଯାତ୍ରା ଅପେକ୍ଷାରତ ଆଶ୍ରୟ ସ୍ଥଳ ନିର୍ମାଣ ହୋଇଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.