Home କେନ୍ଦୁଝର ଲକ୍ଷ୍ମୀପୂଜାରେ ଚଳଚଞ୍ଚଳ କେନ୍ଦୁଝର, ଝଲସୁଛି ଡି଼ଡି କଲେଜ୍ ରୋଡ୍, ଶ୍ରଦ୍ଧାଳୁଙ୍କ ଭିଡ଼

ଲକ୍ଷ୍ମୀପୂଜାରେ ଚଳଚଞ୍ଚଳ କେନ୍ଦୁଝର, ଝଲସୁଛି ଡି଼ଡି କଲେଜ୍ ରୋଡ୍, ଶ୍ରଦ୍ଧାଳୁଙ୍କ ଭିଡ଼

144

କେନ୍ଦୁଝର , ତା ୧୪ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର ସହର । କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ମା ଗଜଲକ୍ଷ୍ମୀ, ସବୁ ଆଡେ ଆନନ୍ଦଉଲ୍ଲାସର ମାହୋଲ । ମାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବମୁଖରେ ହୋଇପଡିଥିବା ବେଳେ ଆକର୍ଷଣୀୟ ତୋରଣ ରଙ୍ଗବେରଙ୍ଗର ସୁସଜ୍ଜିତ ଆଲୋକମାଳା ଯୋଗୁ ଝଲସି ଉଠିଛି ସାରା ସହରର ପୂଜା ମଣ୍ଡପ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମାଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଛି । ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ଏବର୍ଷ ବିଭିନ୍ନ କମିଟି ପକ୍ଷରୁ ଆକର୍ଷଣୀୟ ମେଢ଼ ସହ ଅତ୍ୟାଧୁନିକ ଏଲଇଡି ଲାଇଟଗେଟ୍ ଓ ରାସ୍ତାର ଦୁଇପାର୍ଶ୍ବ ଆଲୋକିତ ହେବାଭଳି ବିଭିନ୍ନ ରଙ୍ଗବେରଙ୍ଗର ଏଲଇଡ୍ ଲାଇଟ୍ ଲଗାଯାଇଛି । ସେହିଭଳି କେନ୍ଦୁଝର କଲେଜ ରୋଡ୍ ର ମହାଲକ୍ଷ୍ମୀ କଲଚୁରାଲ୍ କ୍ଲବ ପକ୍ଷରୁ ମାଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଉକ୍ତ ପୂଜାରେ କ୍ଲବର ସଦସ୍ୟ କାର୍ତ୍ତିକ ମହାନ୍ତି ସଂକଳ୍ପରେ ବସିଥିବା ବେଳେ କ୍ଲବର ସଭାପତି ଗ୍ୟାନରଞ୍ଜନ ଦାଶ, ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ଯୁଗ୍ମ ସମ୍ପାଦକ କିଶୋର କୁମାର ଜେନା, ହିମାଂଶୁ ଶେଖର ଦାସ, କୋଷାଧ୍ୟକ୍ଷ ଅମୂଲ୍ୟ ମିଶ୍ର, ସଦସ୍ୟ ଦୀପକ କୁମାର ଦାଶ, ମନୋରଞ୍ଜନ ଜେନା, ନାରାୟଣ ବିଶ୍ୱାଳ, ରୌନକ, ପ୍ରିୟରଞ୍ଜନ, ବଦ୍ରି, ନରେନ୍ଦ୍ର କୁମାର ବଳ, ଜନାର୍ଦ୍ଦନ ରଣା, ସ୍ବାଧିନ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ କ୍ଲବ ପକ୍ଷରୁ ଶହଶହ ଶ୍ରଧାଳୁଙ୍କ ପାଇ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଏଥିସହ ମାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ ନିମନ୍ତେ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.