Home Top News ଲକ୍ଷ୍ମୀପୁର ଖେରୀ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଲା

ଲକ୍ଷ୍ମୀପୁର ଖେରୀ ଯାଉଥିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଅଟକ ରଖିଲା

74

ଲକ୍ଷ୍ନୌ ୪-୧୦ (ଓଡ଼ିଆ ପୁଅ) ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ସେଠାରେ ନିଷେଧାଦେଶ ଜାରି କରିଛନ୍ତି। ଲକ୍ଷ୍ନୌ ପୋଲିସ କମିଶନରେଟରେ ଯୁଗ୍ମ କମିଶନର (ଲ ଏଣ୍ଡ ଅର୍ଡର) ପୀୟୁଷ ମର୍ଡ଼ିଆଙ୍କ ଦସ୍ତଖତରେ ରବିବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ‘ଆଜି ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଧାରା ୧୪୪ (ନିଷେଧ) ସେଠାରେ ଶାନ୍ତି ବଜାୟ ରଖିବାକୁ ଜାରୀ କରାଯାଇଛି।

ଏହି ଘଟଣାରେ ଜିଲ୍ଲାରେ ରାଜନୈତିକ ଦଳ / ସଂଗଠନର ସମାବେଶ ହେତୁ ଆଇନ ଓ ଶୃଙ୍ଖଳା ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ମୋର୍ଡିଆ ତାଙ୍କ ଆଦେଶରେ କହିଛନ୍ତି। ତେଣୁ ଜିଲ୍ଲା ଖେରୀରେ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଜିଲ୍ଲାର ସୀମାରେ କୌଣସି ରାଜନୈତିକ ଦଳ କିମ୍ବା ସଂଗଠନର ନେତା / କର୍ମୀଙ୍କ ସମାବେଶ କିମ୍ବା ପ୍ରଦର୍ଶନ ଉପରେ ନିଷେଧାଦେଶ ରହିଛି।

ଅନ୍ୟପକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଦଳର ନେତା ଦୀପେନ୍ଦ୍ର ହୁଡା ରବିବାର ମଧ୍ୟରାତ୍ର ପରେ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା କରିଛନ୍ତି। ତେବେ ସୋମବାର ସକାଳେ ତାଙ୍କୁ ପୋଲିସ୍ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.