Home ଜିଲ୍ଲା ପରିକ୍ରମା ଲକ୍ଷ୍ମୀନାରାୟଣଙ୍କ ୧୯ତମ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ

ଲକ୍ଷ୍ମୀନାରାୟଣଙ୍କ ୧୯ତମ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ

21

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ନୂଆପାଟଣାସ୍ଥିତ ଲକ୍ଷ୍ମୀନାରାୟଣଙ୍କର ୧୯ତମ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ସମାରୋହରେ ଅନୁଷ୍ଠିତ ହେଉଛି । ବୁଧବାର ପୂର୍ବାହ୍ନରେ ଶ୍ରଦ୍ଧାଳୁମାନେ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ମାନପଣ୍ଡା ପୋଖରୀରେ ଜଳାଭିଷେକ କରିଥିଲେ । ଏହି ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟସହ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଉଛି । ଏହି ପୀଠରେ ଚନ୍ଦନ ଯାତ୍ରା ପ୍ରସିଦ୍ଧି ଲାଭ କରିଥିବାରୁ ପ୍ରତ୍ୟହ ଏଠାରେ ଶହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହେଉଛି । ଆସନ୍ତାକାଲି ଚନ୍ଦନ ପୂର୍ଣ୍ଣମୀ ସନ୍ଧ୍ୟାରେ ଏହି ମାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଲକ୍ଷ୍ମୀନାରାୟଣ ପୀଠ ଶହେବର୍ଷରୁ ଅଧିକ ପୁରାତନ । ଏଠାକାର ମନ୍ଦିରରେ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀ ଏକ ସାଙ୍ଗରେ ପୂଜା ପାଉଛନ୍ତି । ମନ୍ଦିର ପୂଜକ ରଘୁନାଥ ପାଣିଙ୍କ ସମେତ ବେଦ ପଣ୍ଡିତ ପ୍ରସନ୍ନ କର, ସଦାନନ୍ଦ ପାଣି, ନିରଞ୍ଜନ ପାଣି, ସୁଶାନ୍ତ କର, କ୍ଷୀରୋଦ ତ୍ରିପାଠୀ, ସେବାୟତ ଚିତ୍ତରଂଜନ ବାରିକ ପ୍ରମୁଖ ବିଶ୍ୱଶାନ୍ତି ମହାଯଜ୍ଞ ପୂଜାର୍ଚ୍ଚନାରେ ନିୟୋଜିତ ଅଛନ୍ତି । ଯଜ୍ଞ କର୍ତ୍ତାଭାବେ ପ୍ରଦୀପ ଦାସ, ମନ୍ଦିର ପରିଚାଳନା କମିଟିର ସଭାପତି କପିଳେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଭ୍ରମରବର ଦାସ, ଜଗବନ୍ଧୁ ଦାସ, ରବୀନ୍ଦ୍ର ଲେଙ୍କା, କାଳିନ୍ଦୀ ଦାସ, ନନ୍ଦକିଶୋର ବାରିକ, ସୁଧାକର ଜେନା, ମନୋଜ ସାହୁ, ଘନଶ୍ୟାମ ଦାସ ଓ ରାଧାଶ୍ୟାମ ଦାସ, ରବିନ୍ଦ୍ର ପାଣି ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.