Home ଜିଲ୍ଲା ପରିକ୍ରମା ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

13

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଂଚଳ ରେ କିଛିଦିନ ହେବ ବ୍ୟାପକ ଚୋରି, ଚୋରା ମଦ କାରବାର ଓ ବ୍ରାଉନ ସୁଗାର ଭଳୀ ନିଶା କାରବାର ବଡ଼ି ଚାଲିଚି । ଥାନା ର କର୍ମ ଚାରି ଅଭାବ ହେଉ କି ଅନ୍ୟ କିଛି କାରଣ ରୁ ପୋଲିସ ନିଷ୍କ୍ରିୟ ଥିଲା । ତେବେ ଧାମନଗର ଥାନା କୁ ଏବେ ନୂଆ ଥାନା ଅଧିକାରି ରଞ୍ଜନ ସେଠୀ କାର୍ଯ୍ୟ ରେ ଯୋଗ ଦେବାପରେ ବିଭିନ୍ନ ସ୍ଥାନ ରେ ଚଢାଉ ଚାଲିଛି । ଧାମନଗର ରେ ଆନନ୍ଦପୁର,କଲ୍ୟାଣୀ, ଖଡ଼ିପଦା, ଧାମନଗର,ଗୋବିନ୍ଦପୁର ଅଂଚଳ ରେ ଚୋରା ମଦ ଓ ବ୍ରାଉନୁ ସୁଗାର କାରବାର ହେଉଥିବା ର ପୋଲିସ ପାଖରେ ସୂଚନାଥିଲା । ସୁଚନା ଅନୁଯାଇ ଆଜି ଧାମନଗର ପୋଲିସ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି । ପ୍ରକାଶ ଥାଉକି ସୋମବାର ଦିନ ୧୨ ଟା ବେଳେ ଧାମନଗର ଥାନା ର ହବିବନଗର ଗ୍ରାମ ର ସେକ ସୋଫିଅନ ଙ୍କ ପୁଅ ସେକ ମହମ୍ମଦ ହୁସେନ ଓଡ଼ି ୦୪ ସି ୩୯୩୨ ନମ୍ୱର୍ ଥିବା ଏକ ବାଇକି ରେ ଆସୁଥିବା ବେଳେ ଧାମନଗର ଥାନା ଅଧିକାରି ରଞ୍ଜନ ସେଠୀ ଙ୍କ ନିର୍ଦେଶ କ୍ରମେ ଥାନା ର ଏସ ଆଇ ରାଜେଶ ସେଠୀ, ରଶ୍ମିତା ମଲିକ ଓ ଅନ୍ୟ କର୍ମଚାରି ମାନେ ଭଗବାନପୁର ନିକଟସ୍ତ ପଦ୍ମପୋଖରୀ ଛକ ନିକଟରୁ ଆସୁଥିବା ସେକ ମହମ୍ମଦ ହୋସେନ୍ କୁ କାବୁ କରିଥିଲେ । ତା ନିକଟରୁ ୧୨ ଗ୍ରାମ ର ବ୍ରାଉନୁସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ହେବ ପୋଲିସ ଜବତ କରିବା ସହ ଏକ ମୋବାଇଲ୍‌, ଗୋଟିଏ ବାଇକି ଓ ୧୨ ସହ ଟଙ୍କା ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ ଙ୍କ ବିରୋଧରେ କେଶ ନମ୍ୱର ୩୩୨/୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରା ଯାଇଚି ।ଧାମନଗର ତହସିଲ ର ଅତିରିକ୍ତ ତହସିଲଦାର ସାଇ ସିଲୋନା ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଙ୍କ ବୟାନ ରେକର୍ଡ କରା ଯାଇଥିଲା । ଥାନା ର ଏସ ଆଇ ପ୍ରଦୀପ ନାୟକ ତଦନ୍ତ ଦାଇତ୍ୱ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.