Home ଜିଲ୍ଲା ପରିକ୍ରମା ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ, ୨ ଗିରଫ

ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ, ୨ ଗିରଫ

8

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଂଚଳ ଥାନା ପୁଲିସ୍‌କୁ ମିଳିଛି ବଡ ସଫଳତା। ଦୁଇଜଣ ଗଂଜେଇ ବେପାରୀଙ୍କୁ ପୁଲିସ୍ ଚରମ୍ପା ରେଳଷ୍ଟେସନ ୧୧୯ ନଂ ଫାଟକ ନିକଟରୁ ଗିରଫ କରିବାରେ ସକ୍ଷମ ହୋଇଛି। ପ୍ରାପ୍ତ ଖବରରୁ ଜଣାପଡିଛି ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଭଦ୍ରକ ସହରାଂଚଳ ଥାନା ପୁଲିସ୍‌ର ପାଟ୍ରୋଲିଂ ଗାଡିକୁ ଚରମ୍ପା ଡାହାଣୀଗଡିଆ ଛକ ନିକଟରେ ଏକ ବାଇକ୍ ଦ୍ରୁତ ଗତିରେ ଓଭରଟେକ୍ କରିଥିଲା। ଫଳରେ ପୁଲିସ୍ ଉକ୍ତ ଗାଡିର ପିଛା କରି ଚରମ୍ପା ରେଳଷ୍ଟେସନର ୧୧୯ ନଂ ଫାଟକ ନିକଟରେ ମାଡିବସିଥିଲା। ଏହି ଦୁଇଜଣ ଯୁବକ ହେଲେ ଭଦ୍ରକ ପୁରୁଣାବଜାର ଥାନା ଅଂଚଳର ସେକ୍ କଲିମୁଦ୍ଦିନ୍ ଓ ଅଫସର ଅନସାରୀ। ଏହି ଦୁଇଜଣ ଯୁବକଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ୬ କିଲୋ ୯୦୦ ଗ୍ରାମ ଗଂଜେଇ ସମେତ ବାଇକ୍‌ଟିକୁ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.