Home ଓଡ଼ିଶା ଲକଡାଉନ ସମୟରେ ପ୍ରାୟ ୫ହଜାର ଅଟୋଚାଳକ ପ୍ରଭାବିତ ହୋଇଛନ୍ତି

ଲକଡାଉନ ସମୟରେ ପ୍ରାୟ ୫ହଜାର ଅଟୋଚାଳକ ପ୍ରଭାବିତ ହୋଇଛନ୍ତି

195

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଦୈନଦିନ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଅଟୋରିକ୍ସା ବିଭିନ୍ନ ରାସ୍ତାରେ ଚଳପ୍ରଚଳ ହୋଇଥାଏ। ପୁରୀ ସହର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ଓ ପ୍ରମୁଖ ତୀର୍ଥସ୍ଥଳ ହୋଇଥିବା ଯୋଗୁଁ ଏଠାକୁ ପ୍ରତ୍ୟେହ ଟ୍ରେନ୍ ଓ ବସ ଯୋଗେ ଲକ୍ଷାଧିକ ଯାତ୍ରୀ ଆସିଥାନ୍ତି। ଲକଡାଉନ ହୋଇଯିବା ପରେ ବସ ସେବା ଓ ଟ୍ରେନ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯଦ୍ୱାରା କୌଣସି ଯାତ୍ରୀ ପୁରୀକୁ ଆସିପାରୁନାହାଁନ୍ତି। ଯାତ୍ରୀମାନଙ୍କୁ ନେବା ଆଣିବା ଦିଗରେ ଅଟୋ ଏକ ପ୍ରମୁଖ ସ୍ଥାନ ହାସଲ କରିଥିଲା। ଯଦ୍ୱାରା ଅଟୋଚାଳକମାନେ ଏଥିରୁ ପାଉଥିବା ଅର୍ଥରେ ସେମାନଙ୍କର ପରିବାର ଭରଣ ପୋଷଣ କରିପାରୁଥିଲେ। ଲକଡାଉନ ପରଠାରୁ ଅଟୋ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଯୋଗୁଁ ସେମାନଙ୍କର ଜୀବନ ଓ ଜୀବିକା ଉପରେ ବହୁତ ପ୍ରଭାବ ପକାଇଛି। ଅଟୋ ଚାଳକମାନେ ଆର୍ଥିକ ସଂକଟରେ ଗତି କରୁଥିବା ବେଳେ ସେମାନଙ୍କ ନିକଟରେ କୌଣସି ସରକାରୀ ସହାୟତା ପଂହଚି ପାରିନାହିଁ ବୋଲି ଆଟୋ ଚାଳକ ଏବଂ ଅଟୋ ସଂଘର କର୍ମକର୍ତାମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେତେକ ଶିକ୍ଷିତ ବେକାର ଯୁବକ ବ୍ୟାଙ୍କରୁ ଆର୍ଥିକ ସହାୟତା ନେଇ ଅଟୋ ଚାଳନାକୁ ନିଜର ପେଷାଭାବେ ଧରି ନେଇଥିଲେ। ବର୍ତମାନ ବ୍ୟାଙ୍କରୁ ଋଣ କିପରି ସୁଜିବେ ତାହାହିଁ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି। ଅଟୋ ଚାଳକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଟୋଚାଳକ ମହାସଂଘର କର୍ମକର୍ତା ଶ୍ରୀ ଦୁର୍ଗାଚରଣ ଖୁଂଟିଆ ଦାବି କରିଛନ୍ତି। ଅନେକ ଅଟୋଚାଳକଙ୍କର ରେସନକାର୍ଡ ନଥିବା ଏବଂ ଭଡାଘରେ ରହୁଥିବା ଯୋଗୁଁ ତାଙ୍କର ଦୈଦିନ ଚଳିବା ଦୁର୍ବିସହ ହୋଇପଡିଛି ବୋଲି ଶ୍ରୀ ଖୁଂଟିଆ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.