Home କେନ୍ଦୁଝର ର‌୍ୟାପ ଷ୍ଟାଇଲ ମାଧ୍ୟମରେ ସଚେତନତା କରି ପ୍ରସଂଶା ସାଉଣ୍ଟୁଛନ୍ତି ଦିପ୍ତୀ

ର‌୍ୟାପ ଷ୍ଟାଇଲ ମାଧ୍ୟମରେ ସଚେତନତା କରି ପ୍ରସଂଶା ସାଉଣ୍ଟୁଛନ୍ତି ଦିପ୍ତୀ

107

ହାଟଡ଼ିହି-୨୩ / ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ)ନିଜ ଉଦ୍ୟମରେ ର‌୍ୟାପ ଷ୍ଟାଇଲ ମାଧ୍ୟମରେ ଓଡିଶାର କଳା, ସଂସ୍କୃତ,ଐତିହ୍ୟ ଓ ପରମ୍ପରା ସହିତ କରୋନାକୁ ନେଇ ସଚେତନତା କରି ସାମାଜିକ ଗଣମାଧ୍ୟମରେ ପ୍ରଶଂସା ସାଉଣ୍ଟୁଛନ୍ତି ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଦିପ୍ତୀ ରଞ୍ଜନ ରାଉତରାୟ । ବଞ୍ଚୋ ଗ୍ରାମର ପୁର୍ବତନ ସାଂସଦ ପ୍ରତିନିଧି ତଥା ସମାଜସେବୀ ରତିକାନ୍ତ ରାଉତ ଓ ସମିତିସଭ୍ୟା ନିରୁପମା ରାଉତଙ୍କ ପୁଅ ଦିପ୍ତୀ ଏବେ ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନେସନାଲ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର । ଦିପ୍ତୀରଞ୍ଜନ ଶିକ୍ଷାକ୍ଷେତ୍ରରେ ଜଣେ ମେଧାବୀ ଛାତ୍ର ଥିବାବେଳେ ନିଜ ଉଦ୍ୟମରେ ଗୀତ ଲେଖିବା ସହିତ ନିଜେ ଗାଇ ଲୋକଙ୍କୁ ସଚେତନ କରାଉଛନ୍ତି । ମହାମାରୀ କରୋନା ସମୟରେ ନିଜ ସୋସିଆଲ ମିଡିଆ ରେ ସାରା ବିଶ୍ୱବାସୀଙ୍କୁ ର‌୍ୟାପ ଜରିଆରେ ସଚେତନତା ବାର୍ତ୍ତା ବାଣ୍ଟି ଆଜିର ଯୁବଗୋଷ୍ଠୀ ନିକଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । କରୋନା ହାରିବ, ମାନବ ସମାଜ ବିଜୟ ଲାଭ କରିବ, ମାସ୍କ ପିନ୍ଧିତବା, ଘରୁ ବାହାରକୁ ନବାହରିବା ଆଦି ସରକାରଙ୍କ ବିଭିନ୍ନ କଟକଣାକୁ ସେ ଉପସ୍ଥାବିତ କରିଥିବାବେଳେ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନେ କିପରି ନିଜ ଜୀବନକୁ ବାଜି ଲଗାଇ କରୋନା ସହିତ ଯୁଦ୍ଧ କରୁଛନ୍ତି ତାହା ମଧ୍ୟ ଉପସ୍ଥାପିତ କରିଛନ୍ତି । ଏପରିକି ଧୋନୀଙ୍କ ଅବସର ଓ ସିବିଏସଇ ପରୀକ୍ଷାଫଳକୁ ମଧ୍ୟ ସେ ନିଜ ର‌୍ୟାପ ମାଧ୍ୟମରେ ପ୍ରଦର୍ଶନ କରି ସମସ୍ତଙ୍କ ପ୍ରୀୟପାତ୍ର ହୋଇ ପାରିଥିଲେ । ଶିକ୍ଷାଲାଭ ସହିତ ର‌୍ୟାପ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଭଳି ତାଙ୍କର ଏହି ଅଭିନବ ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏବେ ସେ ଡି.ଆର.ଆର ର‌୍ୟାପର ନାମରେ ଓଡିଶା ତଥା ରାଜ୍ୟ ବାହାରେ ପରିଚିତ ଥିବାବେଳେ ଯୁବ ଗୋଷ୍ଠୀଙ୍କ ପାଖରୁ ପ୍ରଶଂସା ସାଉଣ୍ଟୁଛନ୍ତି । ଏଥିପାଇଁ ବାପା ଓ ମାଙ୍କ ଦ୍ୱାରା ମଧ୍ୟ ତାଙ୍କୁ ବେଶ ପ୍ରୋତ୍ସାହନ ମିଳିପାରୁଥିବା ଦିପ୍ତୀରଞ୍ଜନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.