Home କେନ୍ଦୁଝର ରୟଲଟିକୁ ନକଲି କରି ତହସିଲ କର୍ତ୍ତୁ ପକ୍ଷଙ୍କୁ ବଦନାମ କରିବାକୁ ଉଦ୍ୟମ

ରୟଲଟିକୁ ନକଲି କରି ତହସିଲ କର୍ତ୍ତୁ ପକ୍ଷଙ୍କୁ ବଦନାମ କରିବାକୁ ଉଦ୍ୟମ

47

ହାଟଡ଼ିହି, ୩୧/୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ପକ୍ଷରୁ ଦିଆଯାଇଥିବା ରୟଲଟି ପେପରକୁ ଜାଲିଆତି କରି ତହସିଲ କର୍ତ୍ତୁପକ୍ଷଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଏକ ଗାଡି ବାଲି ବୋଝେଇ କରି ଆସୁଥିବା ବେଳେ ତାକୁ ବାଲିଘାଟ ଲିଜଧାରୀ ରୟଲଟି ପେପର ପ୍ରଦାନ କରିଥିଲେ । ଏହାର ଦୀର୍ଘଦିନ ପରେ ଗାଡି ଚାଳକ ଠାରୁ ଏହି ରୟଲଟି ପେପରଟିକୁ ମାଗିନେଇ ଜଣେ ବ୍ୟକ୍ତି ଏଥିରେ ଥିବା ତାରିଖକୁ ପରିବର୍ତ୍ତନ କରି ଏହା ଏପରି ଜାଲ ରୟଲଟିରେ ବାଲି ପରିବହନ କରାଯାଉଛି ବୋଲି ଏହାର ଫଟୋ ଉଠାଇ ଭାଇରାଲ କରି ତହସିଲ କର୍ତ୍ତୁପକ୍ଷଙ୍କୁ ଓ ଲିଜଧାରୀଙ୍କୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି । କିଛି ଗାଡି ଚାଳକ ଅନ୍ୟ ତାହସିଲରେ ହେଉଥିବା ଧରପଗଡ ପାଇଁ ତାରିଖ ପରିବର୍ତନ କରୁଥିବା ମଧ୍ୟ ଜଣା ପଡ଼ିଛି। ତେଣୁ କେଉଁ ଉଦ୍ଦେଶ୍ୟ ନେଇ ଏପରି କରାଯାଇଛି ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.