Home ଓଡ଼ିଶା ରୋଡ୍ ରୋମିଓ ଥାନାରେ ଅଟକ

ରୋଡ୍ ରୋମିଓ ଥାନାରେ ଅଟକ

660

ନୟାଗଡ/୧୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସାରା ଓଡିଶାରେ ରୋଡ୍ ରୋମିଓକୁ ନେଇ ସରକାର ଏସ.ପି.ଓ ନିଯୁକ୍ତି ପାଇଁ ପ୍ରସ୍ତାବ ନେଉଥିଲା ବେଳେ ରୋଡ୍ ରୋମିଓଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିଭଳି ଏକ ରୋଡ୍ ରୋମିଓ ନୟାଗଡ ଜିଲ୍ଲା ରଣପୁର ଥାନାରେ ଅଟକ ଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ରଣପୁର ଏନ୍‌.ଏ.ସି ରଘୁନାଥପୁର ଗ୍ରାମର ଦୁଃଶାସନ ବିଶ୍ୱାଳଙ୍କ ପୁଅ ରମେଶ ବିଶ୍ୱାଳ କିଛିବର୍ଷ ହେଲା ରୋଡ୍ ରୋମିଓ ଭାବରେ ଘୁରି ବୁଲୁଥିଲେ। ଗତ ଦୁଇଦିନ ହେଲା ରଣପୁର ନୋଡାଲ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ମାମିନା(ଛଦ୍ମନାମ)କୁ ଚକୋଲେଟ୍ ଦେଇ ଦୁଃଷ୍କର୍ମ କରିବା ପାଇଁ ଉଦ୍ୟମ କରି ଆସୁଥିଲେ। ନାବାଳିକାଟି ଗତ ୧୬ ତାରିଖ ରାତ୍ରିରେ ତାର ଚେଷ୍ଟ୍ ପେନ୍ ହେଉଥିବା ଘରେ ଜଣାଇଥିଲା ଏବଂ ସମସ୍ତ ଘଟଣା ପ୍ରକାଶ କରିଥିଲା। କିନ୍ତୁ ଏ ରୋଡ୍ ରୋମିଓ ବିଷୟରେ କିଛି କହିପାରୁ ନଥିଲା। ଡିସେମ୍ବର ୧୭ ତାରିଖ ଦିନ ସ୍କୁଲ୍ ଯିବା ସମୟରେ ରୋଡ୍ ରୋମିଓ ଏଭଳି ଉଦ୍ୟମ କରୁଥିବା ବେଳେ ନାବାଳିକାର ମା ଦେଖିନେଇ ପାଟିତୁଣ୍ଡ କରିଥିଲେ। ଫଳରେ ସ୍ଥାନୀୟ ଲୋକମାନେ ରୋଡ୍ ରୋମିଓକୁ ନିସ୍ତୁକ ଉତ୍ତମ ମଧ୍ୟମ ଦେବାପରେ ରଣପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଘଟଣା ସ୍ଥଳକୁ ଯାଇ ରୋଡ୍ ରୋମିଓ ରମେଶ କୁ ଧରିଆଣି ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣା ପଡିଛି। ଘଟଣାରୁ ପ୍ରକାଶ ରୋଡ୍ ରୋମିଓ ରମେଶ ବିଶ୍ୱାଳ ଅତୀତରେ ଜଣେ ଗ୍ରାମରକ୍ଷୀ ଭାବେ ରଣପୁର ଥାନାରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ରଣପୁର ଥାନାର ଜଣେ ମହିଳା ସବ୍ ଇନିସ୍‌ପେକ୍ଟରଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜେଲ୍ ଯାଇଥିଲେ ଓ ନିଲମ୍ବିତ ହୋଇଥିଲେ। ଘଟଣାଟି ଜାଣିବା ପରେ ରଣପୁର ଥାନା ଆଗରେ ଅନେକ ଲୋକ ରୁଣ୍ଡ ହୋଇଥିଲେ। ଏହା ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.