Home ଜିଲ୍ଲା ପରିକ୍ରମା ରୋଟାରୀ ଷ୍ଟିଲ ସିଟିର ଇନଷ୍ଟାଲେସନ ସମାରୋହ଼

ରୋଟାରୀ ଷ୍ଟିଲ ସିଟିର ଇନଷ୍ଟାଲେସନ ସମାରୋହ଼

124

ରାଉରକେଲା ୧୬-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟି ପକ୍ଷରୁ ୮ମ ଇନଷ୍ଟାଲେସନ ସମାରୋହ ରାଉରକେଲା କ୍ଲବରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିନବିଭାଗର ମୁଖ୍ୟ ସଂରକ୍ଷକଅଧିକାରୀ ଲିଙ୍ଗରାଜ ଓଟା ଯୋଗ ଦେଇ କ୍ଲବର କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ। କ୍ଲବର ସଭାପତି ରୋଟାରିଆନ ପୁତୁଲ ରାହୁଲଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ଡ. ଅଂଜନା ମୈତ୍ର, ଏଜି ମଳୟ ମଣ୍ଡଳ( ରୋଟାରୀ ଜିଲ୍ଲା୩୨୬୧) ଉପସ୍ଥିତ ଥିଲେ। ଚଳିତ ବର୍ଷ ସଭାପତି ଶ୍ରୀମତୀ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ରୋଟାରିଆନ କୁଳଜିତ କୌର ସିଦ୍ଧୁଙ୍କୁ ନୂତନ ଭାବେ ସଭାପତି ପଦବୀ ପ୍ରଦାନ କରାଯାଇଥିଲା। ସେହିପରି କ୍ଲବର ସାଧାରଣ ସମ୍ପାଦିକା ଅଧ୍ୟାପିକା ସଂଧ୍ୟାରାଣୀ ବରାଳଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ ଭାବେ ପ୍ରତିଭା ଦେବୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୧୩ ବର୍ଷରୁ କମ ରାଜ୍ୟ ସ୍ତରୀୟ ଚେସ ଚାମ୍ପିଆନ ଶ୍ରଦ୍ଧାସୁମନ ନାୟକ (ରୋଟାରିଆନ ବିଭୂ ନାୟକଙ୍କ କନ୍ୟା)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲ ଓ କଲେଜ ତଥା ବିଶ୍ୱବିଦ୍ୟାଳୟ ସ୍ଥରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ନୀଳମ ରତ୍ନାକର ଓ ସୁସ୍ମିତା ପ୍ରହରାଜଙ୍କୁ ଏଜି ଶ୍ରୀ ମଣ୍ଡଳ ବ୍ୟାଚ ପ୍ରଦାନ କରି ଶପଥ ପାଠ କରାଇଥିଲେ। ଉପଦେଷ୍ଟା ଶ୍ରୀମତୀ ମୈତ୍ର କ୍ଲବର ବିବରଣୀ ପ୍ରଦାନ କରିଥିଲେ। ସୁଚିସ୍ମିତା ବିଶ୍ୱାସ, ବୈଶାଖୀ ମଲ୍ଲିକ, ମଂଜୁରାଣୀ ମେହେର, ବିଭୂ ପ୍ରସାଦ ନାୟକ, ଅର୍ଚ୍ଚନା ମହାନ୍ତି, ଗୌରୀ ନାଗ, ଆନାବେଲ ଡିସୌଜା, ପୁନମ କପୁର, ବିଣାପାଣୀ ରଥ, ପିହୁ ଗୁହା, ଡା. ରାହାସ ବିହାରୀ ମହାପାତ୍ର, ମଂଜୁାର୍ମ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.