Home ଜିଲ୍ଲା ପରିକ୍ରମା ରୋଟାରୀ ମିଡ୍ ଟାଉନ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ,ଦେଶ ମାତୃକା ପାଇଁ ବଳିଦାନ ବ୍ୟର୍ଥ...

ରୋଟାରୀ ମିଡ୍ ଟାଉନ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ,ଦେଶ ମାତୃକା ପାଇଁ ବଳିଦାନ ବ୍ୟର୍ଥ ଯିବନାହିଁ – ଜିଲ୍ଲାପାଳ

7

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଟାଉନ ହଲରେ ରୋଟାରୀ କ୍ଲବ୍ ମିଡ ଟାଉନ ଭଦ୍ରକ ପକ୍ଷରୁ ୨୬ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ସହିଦଙ୍କୁ ସମ୍ମାନ ଜଣାଇ ଦିବସ ପାଳନ କରିବା ସହିତ ରାଷ୍ଟ୍ର ପ୍ରେମରେ ନିଜକୁ ଅନୁପ୍ରାଣୀତ କରି ସବୁଦିନ ନିଜର ଦୈନନ୍ଦିନ କାର୍ଯ୍ୟ ସହିତ ଅନ୍ୟ ପାଇଁ ଏବଂ ସମାଜ ପାଇଁ କିଛି ଜନହିତକର କାର୍ଯ୍ୟ କରିପାରିଲେ ତାହା ହିଁ ସହିଦଙ୍କ ଲାଗି ପ୍ରକୃତ ସମ୍ମାନ ହେବ। ଦେଶ ମାତୃକା ପାଇଁ ଜୀବନ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ, ତାଙ୍କର ପ୍ରତିଟି ରକ୍ତବିନ୍ଦୁ ଦେଶବାସୀଙ୍କ ପାଇଁ ଅମୃତ ସଦୃଶ ବୋଲି ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଳାପାଳ ଦିଲିପ ରାଉତରାଏ ମତବ୍ୟକ୍ତ କରିଥିଲେ । ପ୍ରଥମେ କାର୍ଗିଲ ଯୁଦ୍ଧରେ ଭଦ୍ରକ ଜିଲ୍ଲାରୁ ସହିଦ ହୋଇଥିବା ଦିବଂଗତ ନିରଞ୍ଜନ ବେହେରାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ କ୍ୟାଣ୍ଡେଲ ଜଳାଇ ସମସ୍ତ କାର୍ଗିଲ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରୋଟାରିଆନ ପ୍ରୀତି ଅଗ୍ରୱାଲ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ରୋଟାରିଆନ ସନ୍ଧ୍ୟା ଗୁପ୍ତା ସଭାରେ ପୌରୋହିତ୍ୟ କରିଥିଲେ। ରୋଟାରିଆନ ଅତିଶ ବେହେରା ଓ ଚୈତାଳୀ ଖିଲାର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ରୋଟାରୀ ଗଭର୍ଣ୍ଣର ମନୋଜ ତ୍ରିପାଠୀ, ଏନ୍‌ସିସି କର୍ଣ୍ଣେଲ ଅନିଲ କୁମାର, ରୋଟାରୀ ଆସିଷ୍ଟାଂଟ ଗଭର୍ଣ୍ଣର ଦେବବ୍ରତ ଭଟ୍ଟ ପ୍ରମୁଖ ଯୋଗ ଦେଇ ପ୍ରତିଟି ମଣିଷ ଜଣେ ଜଣେ ସୈନିକ ବୋଲି ନିଜକୁ ଭାବି ଦେଶମାତୃକା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ମିଡ୍ ଟାଉନ କ୍ଲବର ଏହି ସମ୍ମାନଜନକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ରୋଟାରିଆନ୍ ଶିଶିର ମିଶ୍ର ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତା ଓ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ଏବଂ ସ୍କୁଲମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଚାରକ ଭାବେ ଲଲାଟେନ୍ଦୁ ମହାନ୍ତି, ଅନୁଗ୍ରହ ଦିକ୍ଷିତ, ରୁଦ୍ରମାଧବ ବାରିକ, ପ୍ରାଧ୍ୟାପିକା ସତୀରାଣୀ ମହାନ୍ତି, ପ୍ରାଧ୍ୟାପକ ସଂଗ୍ରାମ କେଶରୀ ମହାନ୍ତି, ଡ. ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୧୫ଟି ବିଦ୍ୟାଳୟର ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ ଏସ୍‌ବିଇଡ଼ି ଇଂଟର ନ୍ୟାସନାଲ ସ୍କୁଲର ଛାତ୍ରୀ ଆସ୍ଥା ନାୟକ ପ୍ରଥମ, ସେଂଟ ଜାଭିୟର ସ୍କୁଲର ଛାତ୍ରୀ ସାଇ ସୁନୟନା ଦ୍ୱିତୀୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକର ଛାତ୍ରୀ ସୁପ୍ରିୟା ଗିରି ତୃତୀୟ ହୋଇଥିଲେ। ନୃତ୍ୟରେ ସେଂଟ ଜାଭିୟର ହାଇସ୍କୁଲ ପ୍ରଥମ, ମିଶନ ପବ୍ଲିକ ସ୍କୁଲ ଦ୍ୱିତୀୟ ଏବଂ ଏସ୍‌ବିଡ଼ି ଇଂଟର ନ୍ୟାସନାଲ୍ ସ୍କୁଲ ତୃତୀୟ ହୋଇଥିଲେ। କ୍ଲବ ପକ୍ଷରୁ ବେଦପ୍ରକାଶ ଗୁପ୍ତା, ବରିଷ୍ଠ ସଦସ୍ୟ ସଦସ୍ୟା ରତନଲାଲ ଗୁପ୍ତା, ପ୍ରମୋଦ ଲାଖାନୀ, ରାହୁଲ ଖେରିଆ, ଅଶୋକ ଲାଖାନୀ, ଗୌରବ ଅଗ୍ରୱାଲ, ଅଞ୍ଜୁ ଗୁପ୍ତା, ପୁଷ୍ପିତା ଜେନା, ପ୍ରିୟଦର୍ଶନୀ ମଲ୍ଲିକ, ରତନ ଗୁପ୍ତା, ସନାତନ ଜେନା, ନିରଞ୍ଜନ ମଲ୍ଲିକ, ରାହୁଲ ଖେରିଆ, ମନୋଜ ଅଗ୍ରୱାଲ, ଜୀତେନ୍ଦ୍ର ଅଗ୍ରୱାଲ, ଅନିଲ ଦେ, ପବିତ୍ର ମୋହନ ଖିଲାର, ସୁନୀତା ଗୁପ୍ତା, ଅମିତ ମଲ୍ଲିକ, ମୁନା ଡିଡ୍‌ୱାନିଆ, ସମିତା ମିଶ୍ର, ସଂଗୀତା ଦାସ, ଅଞ୍ଜୁ ଗୁପ୍ତା, ଶଶୀ ଲାଖାନୀ, ରୁମା ଅଗ୍ରୱାଲ, ସୀମା ଅଗ୍ରୱାଲ, ସଙ୍ଗିତା ଦେ, ପ୍ରୀତିରଞ୍ଜନ ଜେନା, ଅଶୋକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଲବର ସମ୍ପାଦକ ସୀଲୁ ଲାଖାନୀ ଧନ୍ୟବାଦ ଅର୍ପଣ ଓ କୃତଜ୍ଞତା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଭଦ୍ରକର ବହୁ ସଦସ୍ୟ ଓ ପୂର୍ବତନ ସେନା କର୍ମଚାରୀ ଯୋଗ ଦେଇଥିଲେ। ଜିଲ୍ଲାର ବିିଭିନ୍ନ ସ୍କୁଲ ଏହି ବିଜୟ ଉତ୍ସବ କାର୍ଯ୍ୟକ୍ରମଟିକୁ ପୂର୍ଣ୍ଣମାତ୍ରାରେ ସଫଳ ପାଇଁ ସହଯୋଗ କରିଥିବାରୁ କ୍ଳବ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.