Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ମିଡଟାଉନର ଅଧିଷ୍ଠାନ ଦିବସ

ରୋଟାରୀ କ୍ଲବ ମିଡଟାଉନର ଅଧିଷ୍ଠାନ ଦିବସ

17

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରୋଟାରୀ କ୍ଲବ ମିଡଟାଉନ ଭଦ୍ରକ ତରଫରୁ ୨୧ତମ ଅଧିଷ୍ଠାନ ଦିବସ ହୋଟେଲ ଆଦ୍ୟାଶାରେ ରୋଟାରୀଆନ୍ ଗୌରବ ଅଗ୍ରୱାଲଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳନ କରାଗଲା। ଉକ୍ତ ସଭାରେ ରୋ. ଚୈତାଳୀ ଖିଲାର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସଭାକୁ ୨୦୨୭-୨୮ ପାଇଁ ରୋଟାରୀ ଗଭର୍ଣ୍ଣର ଇନ୍ଦ୍ରଜିତ୍ ସାହୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇ କ୍ଲବର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ସହ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଉକ୍ତ କ୍ଲବକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ନିମନ୍ତ୍ରିତ ଅତିଥି ଯିଏ କି ଧାମରା ବନ୍ଦରର ଏଚ.ସି.ଏ ଆଶିଷ ଦାସ କ୍ଲବର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉକ୍ତ କ୍ଲବର ସଦସ୍ୟତା ଗ୍ରହଣ କରିଥିଲେ। ପୂର୍ବତନ ସଭାପତି ଗୌରବ ଅଗ୍ରୱାଲ ଓ ସମ୍ପାଦକ ନିରଞ୍ଜନ ମଲ୍ଲିକ ଚଳିତ ବର୍ଷର ସଭାପତି ଭାବେ ସନ୍ଧ୍ୟା ଗୁପ୍ତାଙ୍କୁ ଓ ସମ୍ପାଦକ ଭାବେ ସିଲୁ ଲଖାନୀଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ନୂତନ ସଭାପତି ସନ୍ଧ୍ୟା ଗୁପ୍ତା ଚଳିତ ବର୍ଷର କ୍ଲବ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବାର ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲା ୩୨୬୨ର ପ୍ରାକ୍ତନ ସମ୍ପାଦକ, ସମାଜସେବୀ ରୋଟାରିଆନ ଡଃ. ଶିଶିର ମିଶ୍ର, ସମାଜର ସବୁ ବର୍ଗର ଲୋକଙ୍କୁ କ୍ଲବ କିପରି ସେବା ଯୋଗାଉଛି ସେ ସମ୍ବନ୍ଧରେ ନିଜର ସବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିଜର କର୍ତବ୍ୟ ସୁଚାରୁରୂପେ ନିର୍ବାହ କରିବା ସହ ସାଧାରଣ ଜନତାଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଏସ୍‌.ପି.ସି. ହୋମଗାର୍ଡ, ଦଳଗୋବିନ୍ଦ ମହାପାତ୍ର, ସହକାରୀ ଅଗ୍ନି ନିର୍ବାହ ଅଧିକାରୀ ପୋରନ ସୋରେନ, ଟ୍ରାଫିକ ହାବିଲଦାର ଅଜୟ କୁମାର ନାୟକଙ୍କୁ ପୁଷ୍ପଗୁଚ୍ଛ ସହ ଉତରୀୟ ଓ ଫଳକ ପ୍ରଦାନ କରାଯାଇଥିଲା। ସେହିପରି ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାର ଦ୍ୱିତୀୟ ସର୍ବୋଚ୍ଚ ନମ୍ବର ରଖିଥିବା ପଲ୍ଲୀଶ୍ରୀ ହାଇସ୍କୁଲର ଛାତ୍ରୀ ଶୁଭଲକ୍ଷ୍ମୀ କରଙ୍କୁ କ୍ଲବ ଓ ବାସୁଦେବ ନାୟକ ସ୍ମୃତିରେ ଦୁଇ ହଜାର ଟଙ୍କା ସହ ସାର୍ଟିଫିକେଟ୍ ଓ ଫଳକ ପ୍ରଦାନ କରାଯିବା ସହ ରାମଚନ୍ଦ୍ର ବିହାରୀଲାଲ ହାଇସ୍କୁଲର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଅଂଶୁମାନ ଚୌଧୁରୀଙ୍କୁ ସାର୍ଟିଫିକେଟ ଓ ଫଳକ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ରୋଟାରିଆନ୍ ଅତିସ ବେହେରା ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୫ଟି ରୋଟାରୀ କ୍ଲବ, ୨ଟି ଲାୟସ୍ କ୍ଲବ, ମାରୱାଡି ଯୁବ ମୋର୍ଚ୍ଚା, ବରିଷ୍ଠ ନାଗରିକ ସଂଘର ସଭ୍ୟମାନେ ଯୋଗଦେଇଥିଲେ ଓ କ୍ଲବ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ରୋ. ବେଦ ପ୍ରକାଶ ଗୁପ୍ତା, ପ୍ରମୋଦ ଲଖାନୀ, ଅଶୋକ ଲଖାନୀ, ରତନ ଲାଲ ଗୁପ୍ତା, ସନାତନ ଜେନା, ଅଶୋକ ବିଶ୍ୱାଳ, ମନୋଜ ଅଗ୍ରୱାଲ୍‌, ଜିତେନ୍ଦ୍ର ଅଗ୍ରୱାଲ୍‌, ସମୀତା ମିଶ୍ର, ଅନୀଲ ଦେ, ସଂଗୀତା ଦେ, ପବିତ୍ର ମୋହନ ଖିଲାର, ପ୍ରୀତି ଅଗ୍ରୱାଲ, ଶଶୀ ଲଖାନୀ, ପ୍ରଣିତା ଖିଲାର, ଇନ୍ଦ୍ରଜିତ ସିଂ ଆଦି ରୋଟାରିଆନ ସହଯୋଗ କରିଥିଲେ। ପରିଶେଷରେ ରୋ. ମହେଶ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ପରିସମାପ୍ତି ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.