Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ଭଦ୍ରକର ୫୪ ତମ ଅଧିଷ୍ଠାନ ଉତ୍ସବ ଓ ସଦଭାବନା ସମ୍ମାନ ଉତ୍ସବ

ରୋଟାରୀ କ୍ଲବ ଭଦ୍ରକର ୫୪ ତମ ଅଧିଷ୍ଠାନ ଉତ୍ସବ ଓ ସଦଭାବନା ସମ୍ମାନ ଉତ୍ସବ

9

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ କ୍ଲବ ଭଦ୍ରକ ର ୫୪ ତମ ଅଧିଷ୍ଠାନ ଉତ୍ସବ ଓ ସଦଭାବନା ସମ୍ମାନ ଉତ୍ସବ ଜିଲ୍ଲାପରିଷଦ ସଭା ଗୃହରେ ମହା ଆଡ଼ମ୍ବରସହକାରେ ଅନୁଷ୍ଠିତ ହୋଇଯାଇଛି ।ବିଦାୟୀ ସଭାପତି ରୋ. ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱ ଏବଂ ଉତ୍ସବର ଚେୟାରମେନ ରୋ. ପ୍ରଣବ କୁମାର ସାହୁଙ୍କ ପରିଚାଳନରେ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଏବଂ ଅଧିଷ୍ଠାନ ଉତ୍ସବର ମୁଖ୍ୟ ଅତିଥି ପୂର୍ବ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋ.ଯଜ୍ଞାଶିଷ ମହାପାତ୍ର , ନବନିର୍ବାଚିତ ଡିଷ୍ଟ୍ରୀକ୍ଟ ଗଭର୍ଣ୍ଣର ରୋ. ଇନ୍ଦ୍ରଜିତ ସାହୁ, ଆସିଷ୍ଟାଂଟ ଗଭର୍ଣ୍ଣର ରୋ.ପ୍ରଦୀପ୍ତ କୁମାର ପଣ୍ଡା, ଅବସପ୍ରାପ୍ତ ଏସ. ପି.ବିକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ରୋଟାରୀ ସେବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ନୂତନ ସଭାପତି ରୋ.ନାସିର ବକ୍ସ ଓ ସମ୍ପାଦକ ବାଦଲ କିଶୋର ମହାପାତ୍ରଙ୍କୁ ପୂର୍ବ ବର୍ଷ ସଭାପତି ସନ୍ତୋଷ ନାୟକ ଓ ସହ ସମ୍ପାଦକ ରୋ ବସନ୍ତ କୁମାର ସାମଲ ଆନୁଷ୍ଠାନିକ ଭାବେ ରୋଟାରୀ କଲାର, ହାତୁଡ଼ି ଓ ଚାର୍ଟର ସାର୍ଟିଫିକେଟ ପ୍ରଦାନ କରିଥିଲେ। ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ପଦ ଗୋପନୀୟତାର ଶପଥ ପାଠ କରାଇ ଥିଲେ।ନୂତନ ଭାବେ ୪ ଜଣ ସଭ୍ୟ ଙ୍କୁ ମଧ୍ୟ ଶପଥ ପାଠ କରାଯାଇଥିଲା। ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହୋଇଥିବା ଶିବ ଦୂର୍ଗା ହାଇସ୍କୁଲ ଚାନ୍ଦବାଲି ର ଛାତ୍ରୀ ସ୍ୱୟଂପ୍ରଭା ନାୟକ ଓ ସରସ୍ୱତୀ ବିଦ୍ୟାମନ୍ଦିର ଭଦ୍ରକର ଛାତ୍ର ସାସ୍ୱତ ବେହେରା ଙ୍କ ସହିତ ଭଦ୍ରକ ମ୍ୟୁନିସିପାଲଟି ଅନ୍ତର୍ଗତ ଦୁଇଜଣ ମେଧାବୀ ଗରିବ ଛାତ୍ର ଛାତ୍ରୀଙ୍କୁ ରୋଟାରୀ ଆୱାର୍ଡ଼ ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।ଭଦ୍ରକ ଜିଲ୍ଲାର ମୁଖ୍ୟ ସହର ଭଦ୍ରକ ତଥା ପାର୍ଶ୍ୱବର୍ତୀ ଅଂଚଳରେ ଭାଇଚାରା ଓ ସଦଭାବନା ରକ୍ଷା ପାଇଁ ଅବଦାନ ଥିବା ବ୍ୟକ୍ତି ବିଶେଷ ଡ଼କ୍ଟର ବିଶ୍ୱଜିତ, ଏସ. ଏମ ଫାରୁକ, ଶେଖ ଜଳାଲୁଦ୍ଦିନ, (ବନ୍ତ), ସୁଧାକର ରାଉତ, ବିଦ୍ୟାଧର ସାହୁ, ଇ. ଅନୱାର ସାହେବ ( ସଭାପତି ଦୁଃଖୀ ସମାଜ )ଅଖିଳ ଚନ୍ଦ୍ର ପାଢ଼ୀ, ଅଶୋକ କୁମାର ଦାସ, ପବନ କୁମାର ଶର୍ମା, ହରି ପ୍ରଶାଦ ନନ୍ଦୀ, ଜମିଲ ଅକତାର ଖାନ, ମୋକିତ ଖାନ, କବି ମୁସ୍ତାକ ଗହୋର,ଅନୱାର ହୋସେନ, ଅଖିଳ ଭାରତୀୟ ଦୁଖୀସମାଜ, ସରକାର ନଗର ଏବଂ ହାପିକ୍ଲବ, କେନ୍ଦୁଆପଦା,ଙ୍କୁ ରୋଟାରୀ ସଦଭାବନା ସମ୍ମାନ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ଏହି ସଭାରେ ବାଲେଶ୍ୱର,ଯାଜପୁର,ଭୁବନେଶ୍ୱର,ବ୍ରହ୍ମପୁର ଓ ଆନନ୍ଦପୂର ସମେତ ବହୁ ରୋଟାରୀ କ୍ଲବରୁ ଶତାଧିକ ରୋଟାରୀଆନ ଯୋଗଦେଇଥିଲେ ।ରୋ ବସନ୍ତ କୁମାର ପାଣିଗ୍ରାହୀ,ରୋ ଅମ୍ବିକା ବଲ୍ଲଭ ସ୍ୱାଇଁ,ରୋ ଉମାକାନ୍ତ ଜେନା,ରୋ ଶୈଳେନ୍ଦ୍ର ନାରାୟଣ ପାଢ଼ୀ,ରୋ ଅଜିତ ଦାସ,ରୋ ବୈରାଗୀ ଧଳ,ରୋ ଭାସ୍କର ଚନ୍ଦ୍ର ପାଢ଼ୀ,ରୋ ଶଶି ଶେଖର କରଶର୍ମା ,ରୋ ବି ଏନ ଦାସ,ରୋ ଗୟାଧର ପଣ୍ଡା, ରୋ ଶାନ୍ତି ସ୍ୱରୂପ ମିଶ୍ର,ରୋ ଅଜିତ ମହାପାତ୍ର,ରୋ ପ୍ରମୋଦ କୁମାର ଜେନା ଓ ସାଇଶ୍ମିତା ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ରୋ ତପସ୍ୱିନୀ ଦାସ ଆୱାର୍ଡ଼ କମିଟି କୁ ଚାରିଜଣ ଶ୍ରେଷ୍ଟ ଛାତ୍ର ଙ୍କ ପାଇଁ ୩୦ ହଜାର ଟଙ୍କା ସ୍ଥାୟୀ ଜମା ପାଇଁ ପ୍ରଦାନ କରିଥିଲେ ।ଶେଷରେ ସର୍ଜଂଟ ଆଟ ଆର୍ମ ରୋ.ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥାନ ଘୋଷଣା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.