ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ରୋଟାରୀ କ୍ଲବ୍ ଆନୁକୂଲ୍ୟରେ ତଥା ଶାନ୍ତିସ୍ୱରୂପ ନର୍ସରୀ ପ୍ରଦତ ୫ ଶହ ଗୋଟି ଫଳଚାରା ଓ ୫ ଶହ ଗୋଟି ଅନ୍ୟାନ୍ୟ ଛାୟା ପ୍ରଦାନକାରୀ ଚାରା ଏକାଡେମୀକ ଇଂଟରନେସନାଲ ସ୍କୁଲ ପରିସରରେ ରୋପଣ କରାଯିବା ସହିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ କର୍ମଚାରୀମାନଙ୍କୁ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର, ଆସିଷ୍ଟାଂଟ ଗଭର୍ଣ୍ଣର ବିଶ୍ୱପ୍ରକାଶ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ବୃକ୍ଷବଂଟନ ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ଭଣ୍ଡାରିପୋଖରୀ ଠାରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇ ଗଣିଜାଙ୍ଗ ଠାରେ କାର୍ଯ୍ୟ ସଂପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭଦ୍ରକ କ୍ଲବ୍ ସଭାପତି ସନ୍ତୋଷ କୁମାର ନାୟକ, ସଂପାଦିକା ସାୟନ୍ତା ସୌରାମାଳିନି ସାହୁ, ଡିଷ୍ଟ୍ରିକ୍ ଆଡଭାଇଜର ଇନ୍ଦ୍ରଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ରୋଟାରିଆନ ଅମ୍ବିକା ବଲ୍ଲଭ ସ୍ୱାଇଁ, ପ୍ରଣବ କୁମାର ସାହୁ, ଗୟାଧର ପଣ୍ଡା, ବିଜୟ ସାହୁ, ସୀତାକାନ୍ତ ଦାସ, ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲ, ବାଦଲି କିଶୋର ମହାପାତ୍ର, ଶାନ୍ତିସ୍ୱରୂପ ମିଶ୍ର, ଶଶିଶେଖର କରଶର୍ମା, ଭାସ୍କର ପାଢୀ, ଉମାକାନ୍ତ ଜେନା ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟ ସଂପାଦିତ ହୋଇଥିଲା । ଚଳିତ ରୋଟାରୀ ବର୍ଷରେ ଭଦ୍ରକ ରୋଟାରୀ କ୍ଲବ୍ ଦ୍ୱାରା ୫ ହଜାର ଚାରା ରୋପଣ ଓ ବଂଟନ କରାଯିବା ସହିତ ସମଗ୍ର ରାଜ୍ୟରେ ରୋଟାରୀ କ୍ଲବ୍ ତରଫରୁ ୧ ଲକ୍ଷ ଚାରା ରୋପଣ ତଥା ବଂଟନ କରାଯିବାକୁ ରୋଟାରୀ ଡିଷ୍ଟ୍ରିକ୍ ଗଭର୍ଣ୍ଣର ଘୋଷଣା କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କ ପରିବାର ଦ୍ୱାରା ଅତିକମ୍ରେ ୧୦ ଗୋଟି ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ରୋଟାରୀ ସଭ୍ୟ ନିଜ ଦାୟିତ୍ୱରେ ଅତି କମ୍ରେ ୧୦ ଗୋଟି ବୃକ୍ଷରୋପଣ କରି ତାର ଲାଳନ ପାଳନ ପାଇଁ ଯତ୍ନବାନ ହେବାକୁ ଆଜିର ଦିନରେ ଶପଥ ଗ୍ରହଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ କର୍ମଚାରୀମାନେ ଅତ୍ୟନ୍ତ ଆଗ୍ରହର ସହକାରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ୍ ଭଦ୍ରକ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ ପାଇଁ ଗଛଟିଏ, ଶିଶୁପାଇଁ ଚାରାଟିଏ