Home ଜିଲ୍ଲା ପରିକ୍ରମା ରୋଟାରି କ୍ଲବ୍ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ

ରୋଟାରି କ୍ଲବ୍ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟ

23

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆବର୍ଷ ଆରମ୍ଭରେ ଭଦ୍ରକ ରୋଟାରୀ କ୍ଲବ୍ ପକ୍ଷରୁ ରୋଟାରୀ କ୍ଲବ୍ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତଃ ରାଖାଲ ଚନ୍ଦ୍ର ଦାସ ଓ ସଦସ୍ୟ ସ୍ୱର୍ଗତଃ ପ୍ରକାଶ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଥିଲା । ସଭାପତି ପ୍ରଣବ କୁମାର ସାହୁ, ସଂପାଦକ ବାଦଲ କିଶୋର ମହାପାତ୍ରଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଚେୟାରମେନ୍ ପ୍ରମୋଦ ଜେନା ଓ ଗୟାଧର ପଣ୍ଡା, ସଦସ୍ୟ ଅମ୍ବିକା ବଲ୍ଲଭ ସ୍ୱାଇଁ, ସୀତାକାନ୍ତ ଦାସ, ବସନ୍ତ ପାଣିଗ୍ରାହୀ, ପୂର୍ବତନ ସଭାପତି ଅଭିଜିତ ନାୟକ, ମଙ୍ଗିଲାଲ ବଳଦେବ, ବୈରାଗୀ ଧଳ, ସୁବାଷ ଚନ୍ଦ୍ର ସାହୁ, ଅଜିତ କୁମାର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହାପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବ୍‌ର ସଭାପତି, ସଂପାଦକଙ୍କ ସମେତ ଅନ୍ୟ ସଦସ୍ୟମାନେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ରୋଟାରିଆନ ସୀତାକାନ୍ତ ଦାସ ଓ ଯୁଗ୍ମ ଚେୟାରମେନ୍ ଅଜିତ କୁମାର ଦାସ ପରିଚାଳନା କରିଥିଲେ । ରୋଟାରିଆନ ଶାନ୍ତିସ୍ୱରୂପ ମିଶ୍ର ଓ ବୈରାଗୀ ଚରଣ ଧଳଙ୍କ ଯୁଗ୍ମ ସଭାପତିତ୍ୱରେ ରାନ୍ଦିଆସ୍ଥିତ ଶିଶୁ ଉଦ୍ୟାନ ରାସ୍ତାକଡରେ ଚାରାଗଛ ରୋପଣ କରାଯାଇଥିଲା । ଦିନ ୧୧ଟାରେ କଳ୍ପନାଦେବୀ ଜରାନିବାସ ନଳାଙ୍ଗ ଠାରେ ରୋଟାରିଆନ ଅମ୍ବିକାବଲ୍ଲଭ ସ୍ୱାଇଁ ଓ ପ୍ରତାପ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଅନ୍ତେବାସୀମାନଙ୍କୁ ଖାଦ୍ୟ ପୁଡିଆ ତଥା ଗ୍ଲୁକୋଜ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.