Home ଜିଲ୍ଲା ପରିକ୍ରମା ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରାପ୍ତ ହେଲେ

ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରାପ୍ତ ହେଲେ

10

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଳବ୍ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ପୂର୍ବ ସଭାପତି ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଦିଲ୍ଲୀଠାରେ ପ୍ରତିଷ୍ଠିତ ଏକ ଆନ୍ତର୍ଜାତିକ ୟୁନିଭର୍ସିଟି ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରାପ୍ତ ହୋଇଥିବାରୁ ରୋଟାରୀ କ୍ଳବ୍ ଭଦ୍ରକ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଡଃ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ଜଣେ ଦକ୍ଷ ଇଞ୍ଜିନିୟର ଭାବେ ସମଗ୍ର ଭଦ୍ରକ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରୋଟାରୀ ମାଧ୍ୟମରେ ସମାଜ ସେବା କ୍ଷେତ୍ରରେ ଅତ୍ୟନ୍ତ ପ୍ରିୟ ଓ ସର୍ବାଦୃତ ପ୍ରତିଭା ଧାରୀ ବ୍ୟକ୍ତିତ୍ୱ।ଦୂରଦର୍ଶନ ଓ ଟେଲି ସିରିଆଲ ରେ ତାଙ୍କର ଅଭିନୟ ବେଶ୍ ଆଦୃତ ହୋଇଅଛି।ତାଙ୍କର ଏହି ସମ୍ମାନ ଜନକ ଡକ୍ଟରେଟ ଉପାଧି ତାଙ୍କୁ ସମାଜ ପାଇଁ ଆହୁରି ଅନେକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ନିଶ୍ଚୟ।ରୋଟାରୀ କ୍ଳବ୍ ର ବରିଷ୍ଟ ସଭ୍ୟ ରୋ ବିଜୟ କୁମାର ସାହୁ, ବସନ୍ତ କୁମାର ପାଣିଗ୍ରାହୀ, ବସନ୍ତ କୁମାର ସାମଲ, ପ୍ରଣବ କୁମାର ସାହୁ, ଗୟାଧର ପଣ୍ଡା, ବୈରାଗୀ ଧଳ, ଉମାକାନ୍ତ ଜେନା, ଶାନ୍ତି ସ୍ୱରୂପ ମିଶ୍ର, ଅଭିଜିତ ନାୟକ ,ପୂର୍ଣ୍ଣ ଚନ୍ଦ୍ର ସାହୁ ,ଶଶି ଶେଖର କରଶର୍ମା,ଅଜିତ କୁମାର ମହାପାତ୍ର,ବିଚିତ୍ରାନନ୍ଦ ଦାସ,ଡଃ ସୁଧିରଞ୍ଜନ ନାୟକଙ୍କ ସମେତ ରୋଟାରୀ ଗଭର୍ଣ୍ଣର ଇନ୍ଦ୍ରଜିତ ସାହୁ ପ୍ରମୁଖ ଡଃ ସ୍ୱାଇଁ ଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ କ୍ଳବ୍ ସଭାପତି ରୋ ନାସିର ବକ୍ସ ସଭା ପରିଚାଳନା କରିଥିଲେ ଓ ସମ୍ପାଦକ ରୋ ଭାସ୍କର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.