Home କେନ୍ଦୁଝର ରେସନ ଚାଉଳ ଆଣିବାରେ ଧାଡିରେ ଠିଆ ହେବାକୁ ନେଇ ସଂଘର୍ଷ, ଜଣେ ଗୁରୁତର

ରେସନ ଚାଉଳ ଆଣିବାରେ ଧାଡିରେ ଠିଆ ହେବାକୁ ନେଇ ସଂଘର୍ଷ, ଜଣେ ଗୁରୁତର

110

ହାଟଡ଼ିହି, ୨୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗ୍ରାମରେ ରେସନ ଚାଉଳ ଆଣିବାବେଳେ ଧାଡିରେ ଠିଆ ହେବାକୁନେଇ ସଂଘର୍ଷ ଘଟି ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଧାଇପୋଖରୀ ଗ୍ରାମର ସୁରେନ୍ଦ୍ର ନାୟକ ଓ ପ୍ରଶାନ୍ତ ସା ଆଜି ପଞ୍ଚାୟତ କାର‌୍ୟ୍ୟାଳୟ ନିକଟକୁ ଚାଉଳ ଆଣିବାକୁ ଯାଇଥିବାବେଳେ ସେଠାରେ ଧାଡିରେ ଠିଆ ହେବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଚାଉଳଧରି ଘରକୁ ଫେରିବାପରେ ପ୍ରଶାନ୍ତ ସୁରେନ୍ଦ୍ରଙ୍କ ଘରପାଖକୁ ଯାଇ ଗାଳିଗୁଲଜ କରିଥିଲା । ପ୍ରଶାନ୍ତର ପୁତୁରା ରମେଶ ନାୟକ ଏହାକୁ ବିରୋଧ କରିବାରୁ ପ୍ରଶାନ୍ତଙ୍କ ୪ଭାଇ ଓ ଅନ୍ୟ ପରିବାର ଲୋକମାନେ ସଂଘବଦ୍ଧ ଭାବେ ସୁରେନ୍ଦ୍ରଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ସୁରେନ୍ଦ୍ରଙ୍କ ପୁତୁରା ରମେଶ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.