Home କେନ୍ଦୁଝର ରେସନ କାର୍ଡ ପାଇବାରୁ ବଞ୍ଚିତ କୁନି ଦେହୁରୀ

ରେସନ କାର୍ଡ ପାଇବାରୁ ବଞ୍ଚିତ କୁନି ଦେହୁରୀ

120

ହାଟଡ଼ିହି, ୧୬ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ରାଇନଟା ଗ୍ରାମର କୁନି ଦେହୁରୀଙ୍କ ପରିବାର ରେସନକାର୍ଡରୁ ବଞ୍ଚିତ ହୋଇ ନାନା ଦୁଖଃକଷ୍ଟରେ କାଳାତିପାତ କରୁଛନ୍ତି । ସ୍ୱାମୀ ବାବୁଲି ଦେହୁରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ କୁନିଙ୍କ ପରିବାର । ଜମି ବାଡି ନଥିବାରୁ ଗୋରୁ ଗାଈ ଚରାଇ ଯାହା ମିଳେ ସେଥିରେ ପରିବାରଟି ଚଳେ ।ଯଦି କୌଣସି ଦିନ ଗାଈ ଚରାଇବାକୁ ଯାଇ ନପାରନ୍ତି ତେବେ ସେଦିନ ଉପବାସରେ ପରିବାରଟି ରୁହନ୍ତି । ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରିଥିବାବେଳେ କୁନିଙ୍କ ପାଇଁ ଏହା ସାତ ସପନ ହୋଇଯାଇଛି । ବାରମ୍ବାର ରେସନ କାର୍ଡ ପାଇ ଆବେଦନ କରୁଥିଲେ ବି କୌଣସି ସୁଫଳ ମିଳି ପାରିନି । ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସାକ୍ଷାତ କରିଥିଲେବି ରେସନକାର୍ଡ ଟିଏ ପାଇ ପାରୁନଥିବା କୁନିଙ୍କ ସ୍ୱାମୀ ବାବୁଲି ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ଗରିବ ପରିବାରଟି ପ୍ରତି ଦୃଷ୍ଟିଦେଇ ରେସନକାର୍ଡ ଖଣ୍ଡିଏ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.