Home ଓଡ଼ିଶା ରେଳ ଲାଇନରୁ ଡ୍ରାଇଭରଙ୍କ ଶବ ଉଦ୍ଧାର ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ରେଳ ଲାଇନରୁ ଡ୍ରାଇଭରଙ୍କ ଶବ ଉଦ୍ଧାର ନେଇ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

139

ବଲାଙ୍ଗୀର, ୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର କଂଟାବାଂଜି-ରାୟପୁର ରେଳ ଲାଇନ ସେସ୍କନର ଖୁମ୍ବ ନଂ-୧୬୪/୫ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ରେଳ ଲାଇନ୍‌କଡ଼ରୁ କଣ୍ଟାବାଞ୍ଜି ଟାଉନ୍‌ପୁଲିସ ଓ ରେଳବାଇ ଜି ଆର ପି ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ଉପଖଣ୍ଡ ବେଲପଡ଼ା ଥାନା ଅଞ୍ଚଳର ମହେନ୍ଦ୍ର ପୋଢ଼ (୨୫) କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀ ତଥା ଟ୍ରାନ୍ସପୋର୍ଟର ଅନୀଲ ଅଗ୍ରୱାଲଙ୍କ ରୁବି ଟ୍ରାନ୍ସପୋର୍ଟରେ ଡ୍ରାଇଭର୍‌ଭାବେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଥିଲେ।

ପ୍ରତିଦିନ ଭଳି ସେ ଚଳାଉଥିବା ଟ୍ରାନ୍ସପୋର୍ଟ ଗାଡ଼ିରେ ସିନ୍‌ଟେକ୍ସ ଡ୍ରାମ୍‌ଓ ପାଇପ୍‌ପିକ୍‌ଅପ୍‌ନଂ-ଓ ଡ଼ି, ୦୩ଆର୍‌୮୩୧୨ ଯୋଗେ ଗତକାଲି ରାତିରେ କଂଟାବାଂଜି ନେଇ ଆସୁଥିବା ବେଳେ କର୍ଲା ରେଳ ଫାଟକ ନିକଟରେ ତାଙ୍କ ମୃତ ଦେହ ପଡ଼ିଥିବା ବେଳେ ତାଙ୍କ ଗାଡ଼ି କଂଟାବାଂଜି-ତୁରେକେଲା ରାସ୍ତାର ମୁଖ୍ୟ ସଡ଼କ ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ଉପରେ ଖୁଟୁଲୁମୁଣ୍ଡା ଗାଁର ମୃତକଙ୍କ ଭିଣୋଇ ଓ ଲକ୍ଷ୍ମଣ ବାଗ ତଥା ପରିବାରବର୍ଗ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଚିହ୍ନଟ କରିଥିଲେ। ତେବେ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କ ସହ କଂଟାବାଂଜି ଥାନା ଆଇ ଆଇ ସି ସତ୍ୟଜିତ କାଣ୍ଡେଲକର୍‌, ଏସ୍‌ଆଇ ପ୍ରଦୀପ ଗୁରିଆ ଏବଂ ଜିଆର୍‌ପି ଏସ୍‌ଆଇ ମୋହନ କୁମାର ନାଏକ, ଏ ଏସ୍‌ଆଇ ଉମେଶ ଗହିର ଘଟଣା ସ୍ଥଳରେ ପହଞ୍ଚି ଅନୁସଂଧାନ ଜାରି ରଖିଛନ୍ତି। ଏହି ମୃତ୍ୟୁ ଘଟଣା ଉପରେ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ଘଟିଛି ସେ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ପ୍ରଶାସନ ତରଫରୁ କୁହାଯାଇଥିବା ବେଳେ ଅଞ୍ଚଳରେ ଏ ଘଟଣା ନେଇ ନା ନା କଳ୍ପନା, ଜଳ୍ପନା ହେବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.