Home ଜିଲ୍ଲା ପରିକ୍ରମା ରେଳ ଦୁର୍ଘଟଣାରେ ଆହତ ୩୫ ଜଣ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି

ରେଳ ଦୁର୍ଘଟଣାରେ ଆହତ ୩୫ ଜଣ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି

37

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାହାନଗା ରେଳ ଦୁର୍ଘଟଣାରେ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫ ଜଣ ଚିକିତ୍ସାଧୀନ ଅଛନ୍ତି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆହତମାନଙ୍କୁ ଚିକିତ୍ସା କରାଚାଲିଛି । ଜିଲାପାଳଙ୍କ ସହ ଦୁଇଜଣ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡୁ, ଅତିରିକ୍ତ ଶ୍ରୀ କେରକେଟା, ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଗତକାଲି ଶନିବାର ଠାରୁ ଆଜିସୁଦ୍ଧା ଆହତମାନଙ୍କର ଚିକିତ୍ସା ସୁସ୍ଥ ହେବା ପରେ ସେମାନଙ୍କ ଭିଟାମାଟିକୁ ପଠାଇବା ଓ ଦୁର୍ଘଟଣାରେ ହସ୍‌ପିଟାଲରେ ମୃତ ଘୋଷଣା କରାଯାଇଥିବା ୩ ଜଣ ମର ଶରୀରକୁ ପଠାଇବା ଆଦି ଦାୟିତ୍ୱ ତୁଲାଉଥିଲେ । ପ୍ରକାଶଯୋଗ୍ୟ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯିବାର ନିର୍ଦ୍ଦେଶ ରହିଛି । ସେଥିପାଇଁ ବାଲେଶ୍ୱରରୁ ସମସ୍ତ ମୃତ ଶରୀରଗୁଡିକୁ ସେଣ୍ଟ୍ରାଲି ପଠାଯିବାର ବ୍ୟବସ୍ଥା କରାଯାଉଛି । ଏହି ମୃତ ଶରୀର ଗୁଡିକୁ ଏସି ଆମ୍ବୁଲାନ୍ସରେ ପଠାଯିବା ପାଇଁ ବ୍ୟବସ୍ଥା ଚାଲିଛି ।

ତେବେ ଏତେ ସଂଖ୍ୟାକ ଶବ ପାଇଁ ଆବଶ୍ୟକ ପଡୁଥିବା ଏସି ଆମ୍ବୁଲାନ୍ସର ଅଭାବ ଦେଖାଯାଇଥିବାର ଜଣାଯାଇଛି । ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଧାମରା ବନ୍ଦର କର୍ତ୍ତୃପକ୍ଷ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଏସି ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ କୁହାଯାଇଛି । ତେବେ ଧାମରା ବନ୍ଦର କର୍ତ୍ତୃପକ୍ଷ (ଡିପିସିଏଲ୍‌) ତରଫରୁ ଗୋଟିଏ ଏସି ଆମ୍ବୁଲାନ୍ସ ବାଲେଶ୍ୱରକୁ ପଠାଇଥିବାର ସୂଚନା ମିଳିଛି । ଜିଲା ପ୍ରଶାସନ ପକ୍ଷରୁ ୩ ମୃତ ବ୍ୟକ୍ତିଙ୍କୁ ଗତକାଲି ରାତିରେ ଏକ ଆମ୍ବୁଲାନ୍ସରେ ବରଫ ପେକିଂ ସହ ବାଲେଶ୍ୱରକୁ ପଠାଯାଇଛି । ପ୍ରକାଶଯୋଗ୍ୟ ଗତକାଲି ରେଳ ଦୁର୍ଘଟଣାରେ ୧୨୦ ଜଣ ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୬୦ ଜଣଙ୍କୁ ଭଦ୍ରକ ହସ୍‌ପିଟାଲରେ, ୩୫ ଜଣଙ୍କୁ ଗେଲପୁରସ୍ଥିତ ନବନିର୍ମିତ ମଦର ଚାଇଲଡ୍ ହସ୍‌ପିଟାଲକୁ ପଠାଯାଇଥିବାବେଳେ ଅବଶିଷ୍ଟଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏହି ଆହତଙ୍କ ମଧ୍ୟରେ ୩ ଜଣଙ୍କୁ ହସ୍‌ପିଟାଲରେ ଡାକ୍ତର ମୃତ୍ୟୁ ହୋଇଥିବାର ଘୋଷଣା କରିଥିଲେ । ଆହତଙ୍କ ମଧ୍ୟରୁ ୨୧ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସେମାନଙ୍କୁ କଟକ ଓ ଅନ୍ୟ ବଡ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.