Home ଜିଲ୍ଲା ପରିକ୍ରମା ରେଳବାଇ ଓ ବିଜୁଳି ଘରୋଇ କରଣକୁ ପ୍ରତିବାଦ କରି ସିଟୁର ବିକ୍ଷୋଭ

ରେଳବାଇ ଓ ବିଜୁଳି ଘରୋଇ କରଣକୁ ପ୍ରତିବାଦ କରି ସିଟୁର ବିକ୍ଷୋଭ

18

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେଳବାଇ, କେନ୍ଦ୍ରୀୟ ଉଦ୍ୟୋଗ ଓ ବିଦ୍ୟୁତ୍ ବିଭାଗର ଘରୋଇକରଣ ପ୍ରତିବାଦରେ ଶ୍ରମିକ ସଂଗଠନ ସିଟୁ (ସିଆଇଟିୟୁ) ପକ୍ଷରୁ ଭଦ୍ରକ ରେଳଷ୍ଟେସନ ଫାଟକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ବିକ୍ଷୋଭ ସଭାରେ ସିଟୁ ନେତାମାନେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ରେଳବାଇର ଘରୋଇକରଣ ଜାରି ରଖିଥିବା ଆରୋପ କରିଥିଲେ । ସରକାରୀ ଉଦ୍ୟୋଗଗୁଡିକର ପୁଞ୍ଜି ପ୍ରତ୍ୟାହାର କରି ଚାଲିଥିବାବେଳେ ବିଦ୍ୟୁତ୍ ବିତରଣକୁ ଟାଟା, ଆଦାନୀ ଭଳି କଂପାନୀ ହାତରେ ଟେକି ଦେଉଛନ୍ତି । ଏଥିଯୋଗୁଁ ନିଯୁକ୍ତି ହ୍ରାସ ପାଉଛି, ବେକାରୀ ସମସ୍ୟା ଉତ୍କଟ ହେଉଛି ବୋଲି ଆରୋପ କରିଥିଲେ । ସରକାରୀ ସଂସ୍ଥାର ଏଭଳି ଘରୋଇକରଣ ରାଷ୍ଟ୍ର ସ୍ୱାର୍ଥରେ ନୁହେଁ ବରଂ ପୁଞ୍ଜିପତିଙ୍କ ସ୍ୱାର୍ଥ ସାଧନ କରୁଛି ବୋଲି ଆରୋପ କରି ଏହା ବିରୋଧରେ ବ୍ୟାପକ ସଚେତନତା ଲୋଡା ବୋଲି କହିଥିଲେ । ଆଇନ୍‌ଜୀବୀ ତଥା ଶ୍ରମିକନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ପ୍ରତିବାଦ ସଭାରେ କାଳନ୍ଦୀ ପାତ୍ର, ନିରଞ୍ଜନ ପାଣି, ବିଷ୍ଣୁ ଦାଶ, ରାଧା ଦାସ, ପ୍ରଫୁଲ୍ଲ ପାଢୀ, ନବ ବେହେରା, ମଳୟ ଭୋଇ, ଗଣେଶ ପ୍ରଧାନ, ପି. ରାଜୁ, ରାଜା ରାଓ, ସାନିଆ ମଳିକ, ଶୁକଦେବ ମୁଦୁଲି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.