Home ଜିଲ୍ଲା ପରିକ୍ରମା ତିହିଡି ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ, ସଂଗୀତ ମଣିଷର ଅବସାଦକୁ ପ୍ରଶମିତ କରିଥାଏ – ବିଷ୍ଣୁବ୍ରତ

ତିହିଡି ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ, ସଂଗୀତ ମଣିଷର ଅବସାଦକୁ ପ୍ରଶମିତ କରିଥାଏ – ବିଷ୍ଣୁବ୍ରତ

14

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି କାଳୀପଡିଆସ୍ଥିତ ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସଂଗୀତ ଗୁରୁ ସୁଦର୍ଶନ ନାୟକଙ୍କ ଶ୍ରାଦ୍ଧବାର୍ଷିକ ଆଜି କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଚ୍ଚିକାନ୍ତ ନାୟକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ଅବସରରେ କହିଥିଲେ ଯେ, ସଂଗୀତ ମଣିଷର ଅବସାଦକୁ ଲାଘବ କରିବାରେ ସହାୟକ ହୋଇଥାଏ । ମୁଖ୍ୟବକ୍ତା ଭାବେ ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥୀ, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଶିକ୍ଷାବିତ୍ ଭଗବାନ ଚନ୍ଦ୍ର ନାୟକ ଓ ସୋମନାଥ ପାଢୀ, ବିଜେଡି ଜିଲା ଉସପସଭାପତି ସୁରେନ୍ଦ୍ର ନାୟକ, ବ୍ଲକ୍ ସଭାପତି ରଘୁନାଥ ପଣ୍ଡା, ସମାଜସେବୀ ରଘୁନାଥ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂପାଦକ ମନୋଜ କୁମାର ଗୁଇଁଙ୍କ ବିବରଣୀକୁ ସଦସ୍ୟ କୈଳାସ ବେହେରା ପାଠ କରିଥିଲେ ।

କଲେଜର ଅଧ୍ୟକ୍ଷ ସୁଧାଂଶୁ ଶେଖର ନାୟକ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକାରୀ ସଦସ୍ୟ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ଦିଲେଶ୍ୱର ଆଚାର୍ଯ୍ୟ ବେଦପାଠ କରିଥିଲେ । ପ୍ରଥମେ ବିଧାୟକ ଶ୍ରୀ ରାଉତରାୟ ଚିତ୍ରକଳା ପ୍ରଦର୍ଶନୀ ଓ କଲେଜର ନୂତନ ଗୃହକୁ ଉଦ୍‌ଘାଟନ କରିଥିଲେ । କଲେଜର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କୃତିବାସ ଜେନା, ଅଭୟ ଦାସ, ରେଣୁବାଳା ନାଥ, ଗଦାଧର ସୂତାର, ଗୌତମ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ସଭାରେ ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ନିତ୍ୟାନନ୍ଦ ବେହେରା, ଉମାକାନ୍ତ ସେଠୀ, ପ୍ରଫୁଲ୍ଲ ଦାସ, ରତିକାନ୍ତ ଦାସ, ସୁବାଷ ଚନ୍ଦ୍ର ଦାସ, ଧୀରେନ୍ଦ୍ର ସାହୁ, ଦେବରାଜ ମହଲା, ରାଧାକାନ୍ତ ମହଲା, ନିରଞ୍ଜନ ବାରିକ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.