Home ଜିଲ୍ଲା ପରିକ୍ରମା ରେବ ନଦୀର ବାଡ଼ାହୀନ ପକ୍କା ପୋଲ ଦୁଇ ଜିଲାର ଅଧିବାସୀଙ୍କ ପାଇଁ ସମସ୍ୟା ପାଲଟିଛି

ରେବ ନଦୀର ବାଡ଼ାହୀନ ପକ୍କା ପୋଲ ଦୁଇ ଜିଲାର ଅଧିବାସୀଙ୍କ ପାଇଁ ସମସ୍ୟା ପାଲଟିଛି

41

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦୁଆପଦା ରାସ୍ତା ଠାରୁ ପଧାନପଡ଼ା ପଂଚାୟତ କାର୍ଯ୍ୟାଳୟ ଦେଇ ଭଦ୍ରକ ଜିଲାର ଓଳମ ଓ କେନ୍ଦୁଝର ଜିଲାର ଶାଳଣୀଆଁ ବଜାରକୁ ସହଯୋଗ ହୋଇଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା । ଉକ୍ତ ରାସ୍ତାର ଅବସ୍ଥା ଖାଲଖମାରେ ପରିଣତ ହୋଇଥିବା ବେଳେ ରାସ୍ତାର ଶେଷ ମୁଣ୍ଡ ଅର୍ଥାତ୍ ଓଳମ ଗ୍ରାମ ପାଶ୍ୱର୍ରେ ପ୍ରବାହିତ ହୋଇଛି ରେବନଦୀ । ଏହି ନଦୀ ଉପରେ କିଛି ବର୍ଷ ହେବ ଏକପକ୍କା ପୋଲ ନିର୍ମାଣ ହୋଇଛି । ହେଲେ ପୋଲର ଉଭୟ ପାଶ୍ୱ୍‌ର୍ ରେ ବାଡ଼ା ନଥିବାରୁ ଉକ୍ତ ରାସ୍ତାଦେଇ ପ୍ରତିଦିନ ଯାତାୟତକରୁଥିବା ଶହଶହ ଗାଡ଼ି,ଯାତାୟତ ବ୍ୟକ୍ତି ବିଶେଷ ଙ୍କ ସହ ଗୋରୁ ଗାଈ ଙ୍କ ପାଇଁ ବିପଦ ସାଜୁଥିବାର କୁହାଯାଉଛି ।ବର୍ଷା ଋତୁରେ ଉକ୍ତ ନଦୀରେ ଜଳପତନ ବୃଦ୍ଧି ପାଉଥିବାରୁ ଉକ୍ତ ସ୍ଥାନ ସମସ୍ତଙ୍କ ପାିଁଇଁ ବଡ ସମସ୍ୟା ପାଲଟିଛି । ଼ ଏହି ରାସ୍ତା ଟି ଭଦ୍ରକ ଜିଲାରୁ ବାହାରି କେନ୍ଦୁଝର ଜିଲାର ଡ଼ଅଁର ,ଶାଳନିଆଁ ବଜାର ସହ ସରଳା,ଡ଼ଅଁର ,ଦେଇ ଡ଼ିମ୍ବିରିଆ ର ବୌତରଣୀ ନଦୀ ଘାଟ କୁ ସଂଯୋଗ କରିଛି । ଉକ୍ତ ରାସ୍ତା ତିନି ଜିଲାକୁ ନିରାପଦ ରାସ୍ତା ଥିବାରୁ ଉକ୍ତ ରାସ୍ତା ଦେଇ ଦୈନଦିନ ଦୁଇଚକିଆ ,ଚାରିଚକିଆ ଗାଡ଼ିଗୁଡ଼ିକ ସହ ବିଭିନ୍ନ ଅଂଚଳରୁ ଯାତ୍ରୀମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରନ୍ତି ।ଉକ୍ତ ରାସ୍ତାର କିଛି ମାସ ପୂର୍ବେ ମରାମତି ହୋଇଥିଲେ ହେଁ ଆଜି ତାହା ଖାଲଖମାରେ ପରିଣତ ହୋଇଛି । ଉକ୍ତ ରାସ୍ତାଦେଇ କେନ୍ଦୁଝର ଜିଲାର ଡ଼ିମିରିଆ ଠାରୁ ବାଲି ଟ୍ରକ ,ଟ୍ରାକ୍ଟର ଗୁଡ଼ିକ ଯାତାୟତ ଫଳରେ ଉକ୍ତ ରାସ୍ତାର ଅବସ୍ଥା ପୂର୍ବବସ୍ତାକୁ ଗତି କରିଛି । ଏହିରାସ୍ତା ଉପରେ ପ୍ରତିଦିନ ପଧାନପଡ଼ା ପଂଚାୟତର ହଦସାହି,ନିମପଲି,ପଦାକଣା ,ମାଳତିରା,ପ୍ରଧାନପଡ଼ା ଶାସନ,ଆଦିବାସୀ ସାହି,ଓଳମ,ନିଳୋକ ଆଦିଗ୍ରାମର ଅଧିବାସୀମାନେ ଏହାକୁ ନିଜର ଦୈନଦିନ ଯାତାୟତ ରାସ୍ତା ରୂପେ ବ୍ୟବହାର କରିଥାନ୍ତି । ଅନ୍ୟପକ୍ଷରେ ଏହି ରାସ୍ତା କେନ୍ଦୁଝର ଜିଲାର ଶାଳଣିଆଁ ବଜାର , ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜଳଶୋଚନ ବିଭାଗ ଆଦି ସହ ଅନ୍ୟାନ୍ୟ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ କୁ ସଂଯୋଗ କରିଥିବାରୁ ବିଭିନ୍ନ ଅଂଚଳର ବହୁସଂଖ୍ୟକ ବ୍ୟକ୍ତିବିଶେଷଙ୍କ ସହ ବହୁ ସଂଖ୍ୟାରେ ଦୁଇଚକିଆ,ଚାରିଚକିଆ ଗାଡ଼ିଗୁଡ଼ିକ ଯାତାୟତ କରିଥାଏ । ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱ କୁ ଉପଲବଧି କରି ସ୍ଥାୟୀ ମରାମତି ସହ ନିର୍ମାଣ ହୋଇଥିବା ପକ୍କା ପୋଲରେ ଉଭୟ ପାଶ୍ୱର୍ରେ ବାଡ଼ା ନିର୍ମାଣ କରିବାକୁ ଅଂଚଳବାସୀ ଙ୍କ ପକ୍ଷରୁ ଦାବିହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.