Home ଅନୁଗୁଳ ରେଙ୍ଗାଳି ଦକ୍ଷିଣ କେନାଲରେ ଭାସିଲା ମୃତଦେହ

ରେଙ୍ଗାଳି ଦକ୍ଷିଣ କେନାଲରେ ଭାସିଲା ମୃତଦେହ

75

ତାଳଚେର,୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସଦର ଥାନା ଅନ୍ତର୍ଗତ ପୈାରାଂଚଳ ନିକଟ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାଶ୍ୱର୍ କେନାଲରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମୃତଦେହ ଭାସୁଥିବାର ଲକ୍ଷ୍ୟ କରାଯାଇଥିଲା । ତାଳଚେର ଟ୍ରାଫିକ ଛକ ନିକଟ ହାଟତୋଟା ଆଡ଼କୁ ଯାଇଥିବା ମୂଖ୍ୟ ରାସ୍ତାରେ ନିର୍ମିତ ପୋଲ ତଳ କେନାଲ ପାଣିରେ ମୃତଦେହର କେବଳ ମୁଣ୍ଡ ଅଂଶଟି ଭାସୁଥିବାର ଦେଖିବାପରେ କିଛି ବ୍ୟକ୍ତି ଦେଖିବାପରେ ସଙ୍ଗେସଙ୍ଗେ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅସି କେନାଲରେ ବହୁ ଖୋଜାଖୋଜି କରିବାପରେ ମଧ୍ୟ ଶବକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । କେନାଲରେ ଥିବା ଦଳ ଓ ଗୁଳ୍ମଜାତୀୟ ଲତା ମଧ୍ୟରେ ମୃତ ଦେହ ବୁଡ଼ି ଯାଇଥିଲା । କିନ୍ତୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଥିଲେ । ତେବେ ମୃତଦେହଟି କାହାର ଓ କେଉଁଠାରୁ ଭାସି ଆସିଛି,ତାହାର ସୂଚନା ମିଳି ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.