Home ଜିଲ୍ଲା ପରିକ୍ରମା ରିଲିଫ ବଂଟନ ଅନିୟମିତତା ଅଭିଯୋଗ କରି ବ୍ଲକ ସମ୍ମୁଖରେ କଂଗ୍ରେସର ଧାରଣା

ରିଲିଫ ବଂଟନ ଅନିୟମିତତା ଅଭିଯୋଗ କରି ବ୍ଲକ ସମ୍ମୁଖରେ କଂଗ୍ରେସର ଧାରଣା

83

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ବୈତରଣୀ ଓ ତାର ଶାଖା ନଦୀ ଗେଙ୍ଗୁଟି, କୋଚିଳା ନଦୀ ସହିତ ରେବ, କପାଳି, ନାଳିଆ, ଯ ନଦୀରେ ବନ୍ୟା ଓ ବର୍ଷାଜଳ ଯୋଗୁଁ ବ୍ଲକର ସମସ୍ତ ପଂଚାୟତ ଓ ଧାମନଗର ଏନଏସି ଅଂଚଳ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଏସବୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କ୍ଷତିଗ୍ରସ୍ତ ଲୋକଙ୍କୁ ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ପକ୍ଷରୁ ରିଲିଫ ବଂଟନ କରାଯାଇଛି । କିନ୍ତୁ ରେବ ଓ କପାଳି ନଦୀର ବନ୍ୟାଜଳରୁ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ବଂଟନ କରାଯାଇନାହିଁ । ବର୍ଷାଜଳ ସହିତ ବୈତରଣୀ ନଦୀର ବନ୍ୟାଜଳ ମିଶିବା ପରେ ବନ୍ୟାଜଳ ଧାମନଗରରୁ ତ୍ୱରିତ ନିଷ୍କାସନ ହୋଇପାରିନଥିଲା । ଫଳରେ ୩୧ ପଂଚାୟତ ସମେତ ଧାମନଗର ବିଜ୍ଞାପିତ ଅଂଚଳର ୧୧ଟି ୱାର୍ଡର ଲୋକେ ପ୍ରଭାବିତ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ୪ଟି ପଂଚାୟତ ସହିତ ଏନଏସି ଅଂଚଳକୁ ରିଲିଫରୁ ବଂଚିତ କରିଛନ୍ତି । ବ୍ଲକର ଗୋବିନ୍ଦପୁର, କଲ୍ୟାଣୀ, ଚୁଡାକୁଟି ଓ ଦଇପୁର ପଂଚାୟତରେ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ରିଲିଫରୁ ଉକ୍ତ ୪ଟି ପଂଚାୟତର ବନ୍ୟା ବିପନ୍ନଙ୍କୁ ବଂଚିତ କରାଯାଇଛି । ଏହାର ପ୍ରତିବାଦରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଧାମନଗର ପଂଚାୟତ ସମିତି ସମ୍ମୁଖରେ ଦୁଇ ଘଂଟିଆ ପ୍ରତିବାଦ କରିବା କର୍ମୀମାନେ ଧାରଣା ଦେଇଥିଲେ । ତୁରନ୍ତ କ୍ଷତିଗ୍ରସ୍ତ ୪ଟି ପଂଚାୟତ ସହିତ ବିଜ୍ଞାପିତ ଅଂଚଳବାସୀଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ରିଲିଫ ଯୋଗାଇବା ସହିତ ଚାଷଜମି କ୍ଷୟକ୍ଷତି ସଂପର୍କରେ ଆକଳନ କରିବାକୁ ଦାବି କରିଥିଲେ । ଏହି ପ୍ରତିବାଦ ସଭାରେ ଦଳର ଜିଲା ସଭାପତି ଅଶୋକ ଦାସ, ପ୍ରାକ୍ତନ ସାଂସଦ ମୁରଲୀଧର ଯେନା, ରାଜ୍ୟ ଓବିସି ସେଲ ଉପାଧ୍ୟକ୍ଷ ଅବିଷେକ ରାଉତ, ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଯେନା, ବରିଷ୍ଠ କର୍ମୀ ନାରାୟଣ ଚନ୍ଦ୍ର ପାଢୀ, ପ୍ରସନ୍ନ ଧଳ, ରାମଚନ୍ଦ୍ର ଦାଶ, ରମେଶ ବେହେରା, ହରେକୃଷ୍ଣ ଦେବତା, ସେକ ନିଜାମୁଦ୍ଦିନ, ସେକ ତାଜୁଉଦ୍ଦିନ, ପ୍ରଭାତ ପଣ୍ଡା, ବିଷ୍ଣୁ ଦାସ, ମନୋଜ ଭୂୟାଁ, ଚିନ୍ତାମଣି ବାରିକ, ପରମାନନ୍ଦ ସାଏନ୍ତ, ପ୍ରଦୀପ୍ତ ଦାସ, ମାନସ ମହାପାତ୍ର, ଆଲୋକ ସ୍ୱାଇଁ, ପ୍ରମିଳା ସେଠୀଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ପରେ ଏକ ଦାବିପତ୍ର ବିଡିଓଙ୍କୁ ଦଳ ପକ୍ଷରୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.