Home Top News ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ

61

ଗ୍ରାହକମାନେ ମୋବାଇଲ, ଲାପଟପ୍‌, ଟିଭି ଓ ୱାସିଂ ମେସିନ ଭଳି ଅନେକ ବର୍ଗରେ ଆକର୍ଷଣୀୟ ଓ ଅତୁଳନୀୟ ଅଫର ହାସଲ କରିପାରିବେ

ଜାନୁୟାରୀ ୨୧, ୨୦୨୧ (ଓଡ଼ିଆ ପୁଅ) : ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍‌ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି। ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଏକ୍ସକ୍ଲୁସିଭ୍ ଡିଲ୍ ଓ ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।

ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତ, ରିଲାଏନ୍‌ସ ଡିଜିଟାଲ୍ ୧୦,୦୦୦/-* ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍‌କ୍ଷଣାତ୍ ରିହାତି (ଇନ୍‌ଷ୍ଟାଂଟ ଡିସକାଉଂଟ) ସୁବିଧା ସିଟି, ଆଇସିଆଇସିଆଇ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଇଏମଆଇ/ ଅଣ-ଇଏମଆଇ ଟ୍ରାନ୍‌ଜାକ୍‌ସନରେ ରିଲାଏନ୍‌ସ ଡିଜିଟାଲ୍ ଓ ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି। ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍‌ଜାକ୍‌ସନ ତଥା କ୍ୟାସବ୍ୟାକର ସୁବିଧା।

ଡିିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଗ୍ରାହକମାନେ ଅତୁଳନୀୟ ମୂଲ୍ୟ ସୁବିଧା ଓ ଇଏମଆଇ ବିକଳ୍ପକୁ ବିଭିନ୍ନ ବର୍ଗର ସାମଗ୍ରୀ ଯଥା ଟେଲିଭିଜନ, ଗୃହ ଉପକରଣ (ହୋମ୍ ଆପ୍‌ଲିଆନ୍‌ସେସ୍‌), ମୋବାଇଲ୍ ଫୋନ୍‌, ଲାପଟପ୍‌, ଆକ୍‌ସେସୋରିଜ୍‌, ୱିରେବଲ୍ ଓ ଆହୁରି ଅନେକ ସାମଗ୍ରୀରେ ପାଇପାରିବେ। ଗ୍ରାହକମାନେ ମଧ୍ୟ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ମାଇ ଜିଓ ଷ୍ଟୋରରୁ କ୍ରୟ କରିପାରିବେ କିମ୍ବା reliancedigital.in ରେ ଅନ୍‌ଲାଇନ୍ କ୍ରୟ ସହିତ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଏବଂ ସେମାନଙ୍କର ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ସୁବିଧା ପାଇପାରିବେ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ସମୟରେ, ରିଲାଏନ୍‌ସ ଡିଜିଟାଲରେ ଅନେକ ବର୍ଗରେ ବିଭିନ୍ନ ଆକର୍ଷଣୀୟ ଅଫର ରହିଛି। ଗ୍ରାହକମାନେ ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଅତ୍ୟାଧୁନିକ ଗ୍ୟାଜେଟ୍ ମାନ ପାଇପାରିବେ। ଏଥିମଧ୍ୟରେ ଆଇଫୋନ୍ ୧୨ ମିନି ର ମୂଲ୍ୟ ଟ.୪୯,୬୫୦/-* ରୁ ଆରମ୍ଭ ହେଉଥିବା ବେଳେ ସାମସଙ୍ଗ ୱାଚ୍ ଏଲଟିଇ (୪୨ ମିମି) ର ମୂଲ୍ୟ ଟ.୧୫,୯୯୯/- ରୁ ଆରମ୍ଭ ଏବଂ ଏହା ସହିତ ଆହୁରି ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ସୁବିଧା ରହିଛି। ଆଉ ମଧ୍ୟ ଏହି ଅଫର ସାମସଙ୍ଗ ଏସ୨୦ ଏଫଇ ୨୫୬ଜିବି ରେ ରହିଛି ଯାହାର ଆକର୍ଷଣୀୟ ମୂଲ୍ୟ ହେଉଛି ଟ. ୩୯,୯୯୯/- .

ଡିଜିଟାଲ୍ ଇଣ୍ଡିଆ ସେଲରେ ଲାପଟପଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ ରହିଛି ଲୋକପ୍ରିୟ ଡେଲ ଇନ୍‌ସ୍ପିରିୟନ ୫୪୯୦ ଥିନ୍ ଓ ଲାଇଟ୍ ଡିଜାଇନ୍ , ଏଥିରେ ରହିଛି ୧୦ମ ଜେନ୍ କୋର ଆଇ୫ ପ୍ରୋସେସର, ୫୧୨ ଏସଏସଡି ଷ୍ଟୋରେଜ୍‌, ୮ ଜିବି ରାମ, ୨ ଜିବି ଡେଡିକେଟେଡ୍ ଗ୍ରାଫିକ୍‌ସ ମେମୋରି ଓ ପ୍ରି-ଇନ୍‌ଷ୍ଟାଲଡ ମାଇକ୍ରୋସଫ୍‌ଟ ଅଫିସ ଯାହାକି କେବଳ ରିଲାଏନ୍‌ସ ଡିଜିଟାଲରେ ଉପଲବ୍ଧ ରହିଛି ଏବଂ ବର୍ତମାନ ଏହାର ଆକର୍ଷଣୀୟ ମୂଲ୍ୟ ରହିଛି ଟ.୬୧,୯୯୯/-। ଗ୍ରାହକମାନେ ମଧ୍ୟ ଇଂଟେଲ୍‌ର ସଦ୍ୟତମ ୧୦ମ ଜେନ ଆଇ୩ ଲାପଟପ୍ ସହିତ ପ୍ରିଇନ୍‌ଷ୍ଟାଲ୍‌ଡ ମାଇକ୍ରୋସଫ୍‌ଟ ଅଫିସ୍ ଟ.୩୩,୯୯୯/- ରେ ଓ ଆସସ୍ ଇ-ବୁକ୍ ୧୪ ଇଂଚ ମାତ୍ର ଟ. ୧୮,୯୯୯/-ରେ ୨ ବର୍ଷର ୱାରେଂଟି ସହିତ ପାଇପାରିବେ। ଏହା ସହିତ ଟ.୭୭୯୯/- ମୂଲ୍ୟର ମାଇକ୍ରୋସଫ୍‌ଟ ଅଫିସ୍ ହୋମ୍ ଓ ଷ୍ଟୁଡେଂଟ ୨୦୧୯ ମାତ୍ର ଟ.୧୦୦୦/- ରେ ପାଇପାରିବେ। ଆଉ ମଧ୍ୟ ଗେମିଂ ଲାପଟପରେ ଫ୍ଲାଟ୍ ୧୦% ରିହାତି଼ ସୁବିଧା ଲାଭ କରିପାରିବେ।

ଗ୍ରାହକମାନେ ମଧ୍ୟ ବ୍ୟାପକ ବର୍ଗର ଟିଭି ଉପରେ ଆକର୍ଷଣୀୟ ଅଫରମାନ ପାଇପାରିବେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ୩୨ଇଞ୍ଚ ସ୍ମାର୍ଟ ଟିଭି (ହାଇ-ସେନ୍‌ସ, ତୋସିବା, ୱାନପ୍ଲସ, ଟିସିଏଲ ଓ ଆଇଫାଲକନ) ୨ ବର୍ଷର ୱାରେଂଟି * ସହିତ ଯାହାର ମୂଲ୍ୟ ଟ.୧୨,୪୯୦/- * ରୁ ଆରମ୍ଭ ହେଉଛି। ସାମସଙ୍ଗ ୫୦ ଇଞ୍ଚ କ୍ୟୁଏଲଇଡି ସ୍ମାର୍ଟ ଟିଭି ର ମୂଲ୍ୟ ୩ ବର୍ଷର ୱାରେଂଟି* ଓ ୩ ମାସ ପାଇଁ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପ୍‌ସନ ସୁବିଧା ସହିତ ହେଉଛି ଟ.୬୪,୯୯୦/-*। ଗ୍ରାହକମାନେ ମଧ୍ୟ ୫୫ ଇଞ୍ଚ ୟୁଏଚଡି ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କୁ ୨ ବର୍ଷର ୱାରେଂଟି ସହିତ ପାଇପାରିବେ ଯାହାର ପ୍ରାରମ୍ଭିକ ମୂୂଲ୍ୟ ରହିଛି ଟ.୩୪,୯୯୦/- ଓ ଏଥିରେ ମିଳିପାରିବ ଟ.୧୦,୦୦୦/- ପର୍ଯ୍ୟନ୍ତ ମାଗଣା ଉପହାର।

ୱାସିଂ ମେସିନ ଗୁଡିକରେ ରହିଥିବା ଅଫରରେ ଅନ୍ତର୍ଭୁକ୍ତ ରହିଛି କେଲଭିନେଟର ୬ କେଜି ଫ୍ରଂଟ ଲୋଡ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ଟ.୧୯,୯୯୦/-, ସାମସଙ୍ଗ ୬.୫ କେଜି ଟପଲୋଡ୍ ଯାହାର ମୂଲ୍ୟ ଟ.୧୩,୯୯୦/- ଓ ହାୟର ୧୯୫ ଏଲ୍ ଡିସି ଯାହାର ପ୍ରାରମ୍ଭିକ ମୂଲ୍ୟ ଟ.୧୧,୯୯୦/-। ପାନାସୋନିକ୍ ଏସବିଏସ ର ମୂଲ୍ୟ ହେଉଛି ଟ.୪୯,୯୯୦/- ଓ ୧.୫ ଟନ୍ ୩ ଷ୍ଟାର ଏସି ମୂଲ୍ୟ ଟ.୨୯,୯୯୦/-, ଏଲଜି ୧.୫ ଟନ୍ ୩ ଷ୍ଟାର ଏସି ର ମୂଲ୍ୟ ଟ.୩୩,୯୯୦/- ରହିଛି।
ଚଳିତ ବର୍ଷର ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତି ସହଜିଆ ଫାଇନାନ୍ସ ସୁବିଧା ଓ ଇଏମଆଇ ବିକଳ୍ପ ସହିତ ଏଥର ଆହୁରି ଅଧିକ ଆକର୍ଷଣୀୟ ହୋଇଛି।

* ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.