Home Top News ରିଲାଏନ୍ସ ରିଟେଲ FMCG ପ୍ରଡ଼କ୍ଟର ନୂଆ ବ୍ରାଣ୍ଡ ଇଣ୍ଡିପେଣ୍ଡେନ୍ସ – ଜାଣନ୍ତୁ କ’ଣ ମିଳିବ ଏହି...

ରିଲାଏନ୍ସ ରିଟେଲ FMCG ପ୍ରଡ଼କ୍ଟର ନୂଆ ବ୍ରାଣ୍ଡ ଇଣ୍ଡିପେଣ୍ଡେନ୍ସ – ଜାଣନ୍ତୁ କ’ଣ ମିଳିବ ଏହି ବ୍ରାଣ୍ଡରେ

67

ନୂଆ ଦିଲ୍ଲୀ ୧୬-୧୨ (ଓଡ଼ିଆ ପୁଅ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଗଷ୍ଟ ୨୯ ରେ ଅନୁଷ୍ଠିତ ଏଜିଏମ୍ ବୈଠକରେ ଇଶା ଅମ୍ବାନୀ FMCG ବ୍ୟବସାୟରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହାର ନୂଆ ବ୍ରାଣ୍ଡର ନାମ ମଧ୍ୟ ଘୋଷଣା କରାଯାଇଛି। କମ୍ପାନୀ ଏହି ବ୍ରାଣ୍ଡକୁ ସାରା ଦେଶରେ ଲଞ୍ଚ କରିବ। ଗୁଜୁରାଟର ଅହମ୍ମଦାବାଦରେ ଏହି ବ୍ରାଣ୍ଡ ଲଞ୍ଚ କରାଯାଇଛି। “ଇଣ୍ଡିପେଣ୍ଡେନ୍ସ” ଶୁଭାରମ୍ଭ ଅବସରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ, “ଇଣ୍ଡିପେଣ୍ଡେନ୍ସ” ଏଫଏମସିଜି ବ୍ରାଣ୍ଡ ଅଧୀନରେ ଖାଇବା ତେଲ, ଡାଲି, ଚାଉଳ, ପ୍ୟାକେଜ୍ ଖାଦ୍ୟ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ସହିତ କେତେକ ଦ୍ରବ୍ୟ ଉପଲବ୍ଧ ହେବ। ଏହି ବ୍ରାଣ୍ଡ ହେଉଛି ଭାରତୀୟ ଆବଶ୍ୟକତା ପାଇଁ ଏକ ପ୍ରକୃତ ଭାରତୀୟ ସମାଧାନ, ଯାହା ଏକ ଭାବପ୍ରବଣ ସଂଯୋଗ ସୃଷ୍ଟି କରିବ।

ରିଲାଏନ୍ସ ରିଟେଲ ଏହାର ବିବୃତ୍ତିରେ କହିଛି ଯେ, “ଇଣ୍ଡିପେଣ୍ଡେନ୍ସ” ବ୍ରାଣ୍ଡ ଅଧୀନରେ କମ୍ପାନୀ ଏକାଧିକ ବର୍ଗରେ ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦାନ କରିବ। କମ୍ପାନୀ ମଧ୍ୟ ଏଫଏମସିଜି ବ୍ୟବସାୟରେ ଉତ୍କର୍ଷ ହେବା ପାଇଁ ଗୁଜରାଟକୁ ଗୋ-ଟୁ ମାର୍କେଟ ରାଜ୍ୟ ଭାବରେ ବିକାଶ କରିବାକୁ ଯୋଜନା କରିଛି। ଆସନ୍ତା ମାସରେ ଗୁଜୁରାଟରେ FMCG ଖୁଚୁରା ବ୍ୟବସାୟୀଙ୍କ ନିକଟରେ ପହଞ୍ଚିବାକୁ କମ୍ପାନୀ ଯୋଜନା କରିଛି। ଏହା ପରେ ଏହି ବ୍ରାଣ୍ଡ ସମଗ୍ର ଦେଶରେ ପରିଚିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.