Home ଓଡ଼ିଶା ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବ ଆବୁଧାବିର ଏଡିଆଇଏ

ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବ ଆବୁଧାବିର ଏଡିଆଇଏ

59

ରିଲାଏନ୍ସ ରିଟେଲର ଅନ୍ତର୍ଭୁକ୍ତିକୃତ ଓ ରୂପାନ୍ତରଣକ୍ଷମ ନୂତନ ବାଣିଜ୍ୟ ବା ନ୍ୟୁ-କମର୍ସ ବ୍ୟବସାୟିକ ମଡେଲକୁ ଏହି ପୁଞ୍ଜିନିବେଶ ପୁନଃ ପୁଷ୍ଟି କରୁଛି

ମୁମ୍ବଇ / ଭୁବନେଶ୍ୱର ୭-୧୦ (ଓଡ଼ିଆ ପୁଅ): ଆବୁଧାବି ଇନଭେଷ୍ଟମେଣ୍ଟଅଥରିଟି (ଏଡିଆଇଏ)ର ପୂର୍ଣ୍ଣ ମାଲିକାନାଧୀନ ଏକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌)ରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି। ଏହି ପୁଞ୍ଜିନିବେଶ ଆରଆରଭିଏଲ୍‌କୁ ପ୍ରି-ମନି ଇକ୍ୱିଟି ମୂଲ୍ୟ ୪.୨୮୫ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ପୂର୍ଣ୍ଣ ବିଘଟିତ ଭିତ୍ତିରେ ଆରଆରଭିଏଲ୍‌ରେ ୧.୨୦ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହି ପୁଞ୍ଜିନିବେଶ ସହିତ ଆରଆରଭିଏଲ୍ ଚାରିସପ୍ତାହରୁ କମ୍ ସମୟ ମଧ୍ୟରେ ସିଲ୍‌ଭର ଲେକ, କେକେଆର, ଜେନେରାଲ ଆଟଲାଣ୍ଟିକ, ମୁବାଦଲା, ଜିଆଇସି, ଟିପିଜି ଏବଂ ଏଡିଆଇଏ ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କ ନିକଟରୁ ୩୭, ୭୧୦ କୋଟି ଟଙ୍କାର ପୁଞ୍ଜିନିବେଶ ସଂଗ୍ରହ କରିପାରିଛି।

ଆରଆରଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଲିମିଟେଡ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଜନକ ରିଟେଲ ବ୍ୟବସାୟ ପରିଚାଳନା କରିବା ସହିତ ଏହାର ଦେଶବ୍ୟାପୀ ରହିଥିବା ୧୨, ୦୦୦ ଷ୍ଟୋରରେ ପ୍ରବେଶ କରୁଥିବା ୬୪୦ ନିୟୁତରୁ ଉର୍ଦ୍ଧ୍ୱ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି। କୋଟି କୋଟି ଭାରତୀୟଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ଓ ତାହାକୁ ସୁରକ୍ଷିତ ରଖିବା ସହିତ କୋଟି କୋଟି କୃଷକ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ଏହା ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି। ଏଥିସହିତ ଏକ ପସନ୍ଦଯୋଗ୍ୟ ସହଭାଗି ଭାବରେ ବିଶ୍ୱସ୍ତରୀୟ ଓ ଘରୋଇ କମ୍ପାନୀଗୁଡିକ ସହିତ ନିବିଡ ଭାବରେ କାର୍ଯ୍ୟକରି ଭାରତୀୟ ସମାଜକୁ ବ୍ୟାପକ ଫାଇଦା ପହଞ୍ଚାଇବା ସକାଶେ ଏକ ଅନର୍ଭୁକ୍ତିଭିତ୍ତିକ କୌଶଳ ଜରିଆରେ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ନିମନ୍ତେ ଭାରତର ରିଟେଲ କ୍ଷେତ୍ରକୁ ପ୍ରେରିତ କରିବା ପାଇଁ ରିଲାଏନ୍ସ ରିଟେଲ ଦୃଷ୍ଟିନିବଦ୍ଧ କରିଛି। ରିଲାଏନ୍ସ ରିଟେଲ ଏହାର ନୂତନ ବ୍ୟବସାୟିକ କୌଶଳାତ୍ମକ ନୀତି ଜରିଆରେ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀମାନଙ୍କର ଡିଜିଟାଲ ରୂପାନ୍ତରଣ ଆରମ୍ଭ କରିଛି ଏବଂ ନିଗର ନେଟୱାର୍କକୁ ଏହିଭଳି ୨୦ ନିୟୁତ ବ୍ୟବସାୟୀଙ୍କୁ ସମ୍ପ୍ରସାରିତ କରିବାକୁ ପ୍ରତିବଦ୍ଧ ରହିଛି। ଏହା ବ୍ୟବସାୟୀଙ୍କୁ ସେମାନଙ୍କର ନିଜର ଗ୍ରାହକଙ୍କୁ ଉନ୍ନତତର ମୂଲ୍ୟ ଓ ସେବା ଯୋଗାଇଦେବା ନିମନ୍ତେ ପ୍ରଯୁକ୍ତିଗତ ସାଧନ ତଥା ଏକ ସୁସଂହତ ଯୋଗାଣ ଶୃଙ୍ଖଳ ଭିତ୍ତଭୂମି ଉପଯୋଗ କରିବାକୁ ସମର୍ଥ କରିବ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି, “ଏଡିଆଇଏର ସାମ୍ପ୍ରତିକ ପୁଞ୍ଜିନିବେଶ ଏବଂ ନିରବଚ୍ଛିନ୍ନ ସମର୍ଥନ ପାଇଁ ଆମେ ବେଶ୍ ଆନନ୍ଦିତ ଏବଂ ଏହାର ବିଶ୍ୱସ୍ତରରେ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଉତ୍ତମ ମୂଲ୍ୟ ସୃଷ୍ଟି କରିବାରେ ଏହାର ରହିଥିବା ଦୀର୍ଘ ଅଭିଜ୍ଞତାରୁ ଆମେ ଉପକୃତ ହେବା ଆଶା ରଖିଛୁ। ଏଡିଆଇଏର ପୁଞ୍ଜିନିବେଶ ରିଲାଏନ୍ସ ରିଟେଲର ପ୍ରଦର୍ଶନ ଓ ସାମର୍ଥ୍ୟ ଏବଂ ଏହା କ୍ରିୟାନ୍ୱିତ କରୁଥିବା ଅନ୍ତର୍ଭୁକ୍ତିଭିତ୍ତିକ ତଥା ରୂପାନ୍ତରଣକ୍ଷମ ନୂତନ ବାଣିଜ୍ୟ ବା ନ୍ୟୁ-କମର୍ସ ବ୍ୟବସାୟିକ ମଡେଲକୁ ସମର୍ଥନର ପରିଚାୟକ।”

ଏଡିଆଇଏର ପ୍ରାଇଭେଟ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମାଦ ଶାହୱାନ ଅଲ୍‌ଧହେରୀ କହିଛନ୍ତି, “ରିଲାଏନ୍ସ ରିଟେଲ ଭାରତରେ ନିଜକୁ ଦ୍ରୁତଭାବରେ ଅନ୍ୟତମ ଅଗ୍ରଣୀ ରିଟେଲ ବ୍ୟବସାୟ ସଂସ୍ଥା ଭାବରେ ପ୍ରତିଷ୍ଠିତ କରାଇପାରିଛି ଏବଂ ଏହା ନିଜର ଭୌତିକ ଓ ଡିଜିଟାଲ ଯୋଗାଣ ଶୃଙ୍ଖଳର ସମ୍ମିଶ୍ରଣରେ ଆହୁରି ଦ୍ରୁତ ଅଭିବୃଦ୍ଧି ହାସଲ ନିମନ୍ତେ ମଜଭୁତ ସ୍ଥିତିରେ ରହିଛି। ଏସିଆର ଉପଭୋକ୍ତା-ପରିଚାଳିତ ଅଭିବୃଦ୍ଧି ଏବଂ ଦ୍ରୁତ ପ୍ରଯୁକ୍ତିଗତ ପ୍ରଗତି ସହିତ ସଂଯୁକ୍ତ ବଜାରରେ ଅଗ୍ରଣୀ ବ୍ୟବସାୟ ସଂସ୍ଥାରେ ପୁଞ୍ଜିନିବେଶ କରିବା ନିମନ୍ତେ ଆମର ରହିଥିବା କୌଶଳାତ୍ମକ ନୀତି ମୁତାବକ ଏହି ନିବେଶ କରାଯାଇଛି।”

ଏହି କାରବାର ନିୟାମକ ଓ ଅନ୍ୟ ପ୍ରଥାଗତ ଅନୁମୋଦନ ପରେ କାର୍ଯ୍ୟକ୍ଷମ ହେବ। ମୋର୍ଗାନ ଷ୍ଟାନ୍‌ଲି ରିଲାଏନ୍ସ ରିଟେଲର ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବାବେଳେ ସିରିଲ ଅମରଚାନ୍ଦ ମଙ୍ଗଳଦାସ ଏବଂ ଡେଭିସ ପୋଲ୍‌କ ଆଣ୍ଡ ୱାର୍ଡୱେଲ ଏହାର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.