Home Top News ରାୟପୁର ରେଳ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ – ୬ ଯବାନ ଆହତ

ରାୟପୁର ରେଳ ଷ୍ଟେସନରେ ଟ୍ରେନରେ ବିସ୍ଫୋରଣ – ୬ ଯବାନ ଆହତ

76

ରାୟପୁର ୧୬-୧୦ (ଓଡ଼ିଆ ପୁଅ) ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ପାର୍କିଂରେ ଠିଆ ହୋଇଥିବା ଏକ ରେଳରେ ବିସ୍ପୋରଣ ଘଟିଛି। ଏଥିରେ ୬ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଏହି ଦୁର୍ଘଟଣା ସକାଳ ୬:୩୦ ଘଟିଛି। ସୂଚନା ଅନୁଯାୟୀ ଟ୍ରେନରେ ଅନେକ ବାଟାଲିୟନ CRPF ଉପସ୍ଥିତ ଥିଲେ। ବିସ୍ଫୋରଣ କାହିଁକି ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରେନରେ ଉପସ୍ଥିତ ଥିବା ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀକୁ ଗୋଟେ କୋଚରୁ ଅନ୍ୟ କୋଚ୍‌କୁ ନିଆଯାଉଥିଲା, ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଦେବେନ୍ଦ୍ର ନାଗର ଶ୍ରୀ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ଖବର ଅନୁଯାୟୀ ଡିଟୋନେଟର ସ୍ଥାନାନ୍ତର ସମୟରେ ବିସ୍ଫୋରଣ ହୋଇଥିବା ଜଣାଯାଇଛି। ଯବାନମାନେ ଜାମ୍ମୁ ଯାଉଥିଲେ, ୬ ଜଣ ଆହତଙ୍କ ମଧ୍ୟରୁ ଜଣେ ଯବାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ଛତିଶଗଡର ରାଜଧାନୀ ରାୟପୁରର ପ୍ଲାଟଫର୍ମ ନମ୍ବର ୨ ରେ ଡିଟୋନେଟର ଖସିଯିବା କାରଣରୁ ଏକ ବଡ଼ ବିସ୍ଫୋରଣ ଘଟିଛି। ତେବେ ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ। ବର୍ତ୍ତମାନ ସମସ୍ତ ଆହତ ଯବାନଙ୍କ ଚିକିତ୍ସା ଘରୋଇ ଡାକ୍ତରଖାନାରେ ଚାଲିଛି। ଏଥିସହ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ତେବେ ଟ୍ରେନଟି ରାୟପୁର ରେଳ ଷ୍ଟେସନରୁ ସକାଳ ୭:୧୫ ରେ ଛାଡିଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ଟ୍ରେନର ବଗି ଭିତରେ ଥିବା ବାଥରୁମ ନିକଟରେ ଘଟିଥିଲା। ସେଥିପାଇଁ ଯବାନମାନେ ଗୁରୁତର ଆହତ ହୋଇନଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.