Home Top News ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଭିଜିଲାନ୍ସ ହାତରେ ଗିରଫ : ସ୍ୱାମୀ ମାହାଙ୍ଗା ଥାନା...

ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଭିଜିଲାନ୍ସ ହାତରେ ଗିରଫ : ସ୍ୱାମୀ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ

20

ଭୁବନେଶ୍ୱର /କଟକ, ୧୪/୫ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉକରିଛି। ଚଢାଉ ପୂର୍ବରୁ ଖବର ପାଇ ଥାନା ଆଇ ଆଇ ସି ନିହାର ମହାନ୍ତି ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ସରକାରୀ ବାସଭବନକୁ ସିଲ୍ କରିବା ସହ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜିରା ହେବା ପାଇଁ ମାହାଙ୍ଗା ଥାନା ଆଇ ଆଇ ସି ନିହାର ମହାନ୍ତିଙ୍କୁ ନୋଟିସଜାରି କରାଯାଇଥିଲା। ନିହାର ମହାନ୍ତି ଭିଜିଲାନ୍ସରେ ହାଜିରା ହେବା ପରେ ସେଠାରୁ ତାଙ୍କୁ ଆଣି ମାହାଙ୍ଗା ଥାନା ସରକାରୀ ବାସଭବନ ରେଡ କରିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଆଇ ଆଇ ସି ନିହାର ମହାନ୍ତିଙ୍କ ସ୍ତ୍ରୀ ନିନା ବେହୁରା ରାୟଗଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ରାୟଗଡ଼ାରୁ ଭବନେଶ୍ୱର ଆସୁଥିବା ବେଳେ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ନଗଦ ଛଅ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍। ଜବତ ଛଅ ଲକ୍ଷ ଟଙ୍କାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଛଅ ଲକ୍ଷ ଟଙ୍କା ଜବତ କରିବା ସହ ଅବକାରୀ ଅଧିକାରିଣୀ ନିନା ବେଉରାଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ନିନା ବେଉରାଙ୍କ ଭୁବନେଶ୍ଵର ସ୍ଥିତ ବାସଭବନ, ବିଭିନ୍ନ ସମ୍ପର୍କୀୟଙ୍କ ବାସଭବନ, ନିନା ବେଉରା ଓ ନିହାର ମହାନ୍ତିଙ୍କ ପୈତୃକ ବାସଭବନ ଚଢାଉ ହେବା ସହ ନିନା ବେଉରା ଙ୍କ ସ୍ବାମୀ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତିଙ୍କ ମାହାଙ୍ଗା ଥାନା ପରିସରରେ ଥିବା ସରକାରୀ ବାସଭବନକୁ ସିଲ୍ କରିଛି ଭିଜିଲାନ୍ସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.