Home ଓଡ଼ିଶା ରାୟଗଡା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିବା ସହ ରେଳମନ୍ତ୍ରୀଙ୍କ ସହ କଥା ହେଲେ...

ରାୟଗଡା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିବା ସହ ରେଳମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

109

– ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ସୂଚନା

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୫ (ଓଡ଼ିଆ ପୁଅ) – ରାୟଗଡା ଜିଲ୍ଲାରେ ମଙ୍ଗଳବାର ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣାରେ କର୍ତବ୍ୟରତ ରେଳ କର୍ମଚାରୀଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଶ୍ରୀ ପ୍ରଧାନ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ଏ ବିଷୟରେ କଥା ହୋଇଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଗୋଏଲ ଏହି ଦୁର୍ଘଟଣାରେ ଭାରତୀୟ ରେଳବାଇର ଉଦ୍ଧାର କାର୍ଯ୍ୟରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହାର ତଦାରଖ କରୁଛନ୍ତି। ଏ ସମ୍ପର୍କରେ ଶ୍ରୀ ଗୋଏଲ ସୂଚନା ଦେଇ କହିଛନ୍ତି ଯେ ସମଲେଶ୍ୱରୀ ଏକ୍ସପ୍ରେସରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି ଏବଂ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.