ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଦଳର ପୂର୍ବତନ ସର୍ବଭାରତୀୟ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିବସକୁ କରୋନା ସଚେତନତା ଓ ସହାୟତା ଦିବସ ଭାବେ ଆଜି ପାଳିତ ହୋଇଛି । ବ୍ଲକ ଅନ୍ତର୍ଗତ ସମସ୍ତ ୨୩ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ପଞ୍ଚାୟତ ସଭାପତିଙ୍କ ସଂଯୋଜନାରେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପାଟୁଳି, ସାନଶାସନ ଓ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ସୁବ୍ରତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ବ୍ଲକ କଂଗ୍ରେସ ଉପସଭାପତି ରମେଶ ଭାରତୀ, ସରପଞ୍ଚ ମନୋଜ କୁମାର ନାୟକ, ବିଜୟ କୁମାର ସ୍ୱାଇଁ, ପ୍ରଶାନ୍ତ ସାହୁ, କୈଳାସ ଜେନା, ସୁବାସ କାଣ୍ଡି, ଦଳୀୟ ନେତା ଦୁଃଖିଶ୍ୟାମ ବିଶ୍ୱାଳ, ବୃନ୍ଦାବନ ଦାସ, ହେମନ୍ତ ସାହୁ ଓରଫ କାୱାଁନ୍ନା, ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବୟାବନାପୁର ଓ କହରାପୋଖରୀ ଅଞ୍ଚଳରେ କରୋନାରେ ମୃତ୍ୟୁବରଣ କରିଥିବା ପରିବାରକୁ ଦଳ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଜଳମଣ୍ଡୁଆ ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଧରିତ୍ରୀ ଜେନା ଓ ଦଳର ପଞ୍ଚାୟତ ସଭାପତି ବାସନ୍ତିଲତାଙ୍କ ସହଯୋଗରେ ଏହି ଉପଲକ୍ଷେ ମାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା । ବାଲିପୋଖରୀ ପଞ୍ଚାୟତର ଜଗନ୍ନାଥପ୍ରସାଦ ଆନିକଟ ବଜାରରେ ଦଳର ପଞ୍ଚାୟତ ସଭାପତି ମହେଶ୍ୱର ଦାସ ଓ ଯୁବନେତା ସନ୍ତୋଷ ମହାପାତ୍ରଙ୍କ ସଂଯୋଜନାରେ ମାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇଥିଲା ।