Home ଜିଲ୍ଲା ପରିକ୍ରମା ରାହାଞ୍ଜ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ରାହାଞ୍ଜ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

12

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତିର ସଭାପତି ତପନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଲେଶ୍ୱରଭଦ୍ରକ ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ପରିଚାଳକ ସଞ୍ଜୟ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସହ ଉପ ନିବନ୍ଧକ ବସନ୍ତ କୁମାର ରଣା, ଜଗଦଳପୁର ସରପଂଚ ତିଳୋତମା ମହାପାତ୍ର, ରାହାଞ୍ଜର ପୂର୍ବତନ ସରପଂଚ ପ୍ରହ୍ଲାଦ ପଣ୍ଡା, ପୂର୍ବତନ ସରପଂଚ ନରେନ୍ଦ୍ର ସାହୁ, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ଗ୍ରାମ ସେବକ ନୀଳକଣ୍ଠ ବାରିକ ଯୋଗ ଦେଇ ଚଳିତ ପରିଚାଳନା ପରିଷଦର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସମ୍ପାଦକ ଅନିରୁଦ୍ଧ ଧୀନ୍ଦା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରର ତିନିଜଣ ଚାଷୀ ଭି. ଭି. ଗିରି, ବ୍ରଜକିଶୋର ପଣ୍ଡା, ଅକ୍ଷୟ ବାରିକ ଓ ମା ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀ, ତାଗିରା, ଜୟ ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ କବିତା ଦାସ, ଲକ୍ଷ୍ମୀଧର ନାୟକ, ଅପର୍ଣ୍ଣା ପଣ୍ଡା, ରଙ୍ଗଲତା ସାହୁ, ଅଶୋକ ଧୀନ୍ଦା, ସୁକାନ୍ତ ସାହୁ, ଜୟଚନ୍ଦ୍ର ଦାସ, ପ୍ରଶାନ୍ତ ମଲ୍ଲିକ, ସୁବାସ ପରିଡା, ଧାନ କ୍ରୟ କମିଟିର ସଦସ୍ୟ କାଳନ୍ଦୀ ଭଞ୍ଜ, ରାଜେଶ କବି, ଅକ୍ଷୟ ମହାନ୍ତି, ଗଙ୍ଗାଧର ମହୁରୀ, ସଞ୍ଜୟ ମହୁରୀ, ବିକାଶ ବଳ, ଦୀନବନ୍ଧୁ ବେହେରା ସହଯୋଗ କରିଥିବା ବେଳେ ଡାଇରେକ୍ଟ ର ବସନ୍ତ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.