Home ଜିଲ୍ଲା ପରିକ୍ରମା ରାହାଞ୍ଜ ସମବାୟ ସମିତି ଅନିୟମିତତା ପ୍ରସଙ୍ଗକୁ ପରିଚାଳନା ପରିଷଦର ବିରୋଧ

ରାହାଞ୍ଜ ସମବାୟ ସମିତି ଅନିୟମିତତା ପ୍ରସଙ୍ଗକୁ ପରିଚାଳନା ପରିଷଦର ବିରୋଧ

21

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୪ତାରିଖ ଦିନ ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସମବାୟ ସମିତିରେ ଜଣେ ଖାତା ଧାରୀ ସସ୍ମିତା ସାହୁ ଅଭିଯୋଗ କରିଥିଲେ କି ମୋର ଟଙ୍କାକୁ ସମବାୟ ସମ୍ପାଦକ ଓ ବୋଡ଼ ମେମ୍ବର ଆତ୍ମସାତ କରିଥିବା କଥା କିଛି ଙ୍ଗରଭ ଚେନ୍ନାଲ ଅଭିଯୋଗ କରିବା ସହ କିଛି ଲୋକଙ୍କୁ ଆଣି ଜୋର କରି ସମ୍ପାଦକଙ୍କ ଠାରୁ ୧୫୦୦୦/-ଟଙ୍କା ନେଇ ଯାଇଥିଲେ। ଆଜି ଏହି ମର୍ମରେ ରାହାଞ୍ଜ ସମବାୟ ସମିତି ସଭାପତି ତପନ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସୂଚନା ଯୋଗ୍ୟ ସସ୍ମିତା ସାହୁ ୩.୧୨.୨୦୨୪ ରିଖରେ ନିଜ ସଂଚୟ ଖାତା ରେ ୧୫୦୦୦/- ଟଙ୍କା ଡିପୋଜିଟ କରିଥିଲେ। ଯାହାର ରସିଦ ନମ୍ୱର ୨୪ ଅଟେ। କିନ୍ତୁ ସମବାୟ ସମିତିର କେସିୟର ଭୁଲରେ ୧୫୦୦୦/କରି ଦୁଇଥର ତାଙ୍କ ବହିରେ ଲେଖି ଦେଇଥିଲେ। ଯାହାକି ରସିଦ ଓ ବ୍ୟାଙ୍କ ଡେ ବୁକ ଓ ଲେଜର ବୁକରେ ସଠିକ ଭାବେ ଗୋଟିଏ ଥର ସ୍ଥାନିତ ହୋଇଛି। ପରବର୍ତୀ ୯.୯.୨୦୨୫ ଶ୍ରୀମତୀ ସାହୁ ଟଙ୍କା ଉଠାଇବାକୁ ଆସିଥିବା ବେଳେ ଏହା ଭୁଲରେ ଏଂଟ୍ରି ହୋଇ ଥିବା କଥା ସମ୍ପାଦକ ତାଙ୍କୁ ବୁଝାଇ ସବୁ ପ୍ରମାଣ ଦେଖାଇଥିଲେ। ସେ ସେଥିରେ ସନ୍ତୁଷ୍ଟ ହୋଇ ତାଙ୍କର ଥିବା ୯୦୦୦ ଟଙ୍କା ଉଠାଣ କରିଥିଲେ ଏବେ ତାଙ୍କ ପାସ ବୁକରେ ଅବଶିଷ୍ଟ ୨୮୫ ଟଙ୍କା ଜମା ରହିଥିଲା। ଶ୍ରୀମତୀ ସାହୁ ତା ପରେ ମହିଳା ଗ୍ରୁପ ଟଙ୍କା ଉଠାଣ ପାଇଁ ଦୁଇଥର ମଧ୍ୟ ସମିତି କୁ ଆସିଥିଲେ ମଧ୍ୟ ସେ ବିଷୟରେ କିଛି ଆଲୋଚନା କରି ନଥିଲେ। ଏ ସଂକ୍ରାନ୍ତରେ ପରିଚାଳନା ପରିଷଦ ସଭାପତି କିମ୍ବା ସଦସ୍ୟଙ୍କୁ ବି କିଛି ଅବଗତ କରାଇ ନ ଥିଲେ। କିନ୍ତୁ ୧୪.୧୦.୨୫ରିଖ ଦିନ ଶ୍ରୀମତୀ ସାହୁ, ନିଜ ସ୍ୱାମୀ ଅଭିମନ୍ୟୁ ସାହୁ ଓ ଶଶିକାନ୍ତ ସାହୁ କିଛି ମେଡିଆକୁ ଧରି ହଠାତ ସମବାୟ ସମିତିରେ ପହଁଚି ସମ୍ପାଦକ ଅନିରୁଦ୍ଧ ଧୀନ୍ଦା ଓ ଅନ୍ୟ କର୍ମଚାରୀ ସଞ୍ଜୟ ମହୁରୀ, ବିକାଶ ବଳଙ୍କୁ ଆତ୍ମାହତ୍ୟାର ଧମକ ଦେବା ସହ ସମବାୟ ସମିତିରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରି ଅଫିସରୁ ଜୋରଜବରଦସ୍ତ ୧୫୦୦୦/ଟଙ୍କା ନେଇ ଯାଇଥିଲେ। ନେବା ପରେ ସାମାଜିକ ଗଣମାଧ୍ୟମରେ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ। ଏହା ଏକ ଠକେଇ ନୁହଁ ଏକ ତ୍ରୁଟି ହୋଇଥିଲେ ବି ଏହାକୁ ନେଇ ରାହାଞ୍ଜ ସେବା ସମବାୟ ସମିତିକୁ ବଦନାମ କରିଥିଲେ। ଯାହାକୁ ଆଜି ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଓ ରାହାଞ୍ଜ ସେବା ସମବାୟ ସମିତି ଅଧୀନସ୍ତ ରାହାଞ୍ଜ ଓ ଜଗଦଳପୁର ର ପଂଚଯାତର ସଚେତନ ନାଗରିକ ଦୃଢ ନିନ୍ଦା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାହାଞ୍ଜ ସରପଂଚ ରାଜେନ୍ଦ୍ର ଦାଶ, ଜଗଦଳପୁର ସରପଂଚ ତିଳୋତମା ମହାପାତ୍ର, ପଙ୍କଜ ଚୌଧୁରୀ, ଅଟଳ ବାରିକ,ରାଜେନ୍ଦ୍ର ସାହୁ, ସୁଦର୍ଶନ ଲେଙ୍କା, ଶରତ କବି, ବିଦ୍ୟାଧର ବେହେରା, ବାପୁନ ନାୟକ, ରବୀନ୍ଦ୍ର ଦାସ, ପ୍ରଦୀପ ପଣ୍ଡା ବୋର୍ଡ ଡାଇରେକ୍ଟର ବସନ୍ତ କୁମାର ନାୟକ,ଲକ୍ଷ୍ମୀଧର ନାୟକ ରଙ୍ଗଲତା ସାହୁ, ଜୟ ଚନ୍ଦ୍ର ଦାସ,କବିତା ଦାସ, ଅଶୋକ ଧୀନ୍ଦା, ଅପର୍ଣ୍ଣା ପଣ୍ଡା, ସୁକାନ୍ତ ସାହୁ, ସୁବାଷ ପରିଡା, ପ୍ରଶାନ୍ତ ମଲ୍ଲିକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.