ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ହେଉଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଅଭିଯୋଗ ହୋଇଥିଲା । ଅନିୟମିତତାର ଭାଇରାଲ ଭିଡ଼ିଓ ଜିଲ୍ଲାପାଳଙ୍କୁ ଟୁଇଟ କରି ଅବଗତ କରାଯାଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଏଆର୍ସିଏସ୍ ବିକାଶ ଚନ୍ଦ୍ର ନାୟକ, ଭଦ୍ରକ ପୌରପାଳିକା ଅତିରିକ୍ତ ଯୋଗାଣ ଅଧିକାରୀ ଶରତ ବେହେରା ଏବଂ ଏସ୍ଏଆର୍ସିଏସ୍ ସତ୍ୟ ପ୍ରକାଶ ସେଠୀଙ୍କ ଦ୍ୱାରା ଗତ ୧୯ ତାରିଖରେ ମିଳିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ଧାମନ କିଣାରେ ଅନିୟମିତତାର ପ୍ରମାଣ ଥିବା ଜାଣିବା ପରେ ଜିଲ୍ଲାପାଳ ଆଜି ରାହାଞ୍ଜ ସମବାୟ ସିମତିର ସମ୍ପାଦିକା ତିଳୋତ୍ତମା ମହାନ୍ତିଙ୍କୁ ନିଲମ୍ପିତ କରିବା ସହ ତାଙ୍କ ବିରୁଦ୍ଧରେ ପୁଲିସରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ଅନିୟମିତାରେ ସଂପୃକ୍ତ ଥିବା ଡିଇଓ ଜୟଦେବ ପଣ୍ଡା ମଧ୍ୟ କାର୍ଯ୍ୟାନୁଷ୍ଠାନରୁ ବାଦ୍ ପଡ଼ିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ ରାହାଞ୍ଜ ସମିତିରେ ୨୦୨୦/୨୧ ଖରିଫ୍ ଧାନକିଣାରେ ସାମିଲ ହୋଇ ନାମ ପଞ୍ଜିକରଣ କରିଥିବା ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରେ ଧାନ ପକାଇ ରଖିଥିଲେ ମଧ୍ୟ ସମିତି ପକ୍ଷରୁ ଧାନ ଓଜନ କରାଯାଉ ନାହିଁ । ବହୁ ଚାଷୀ ଟୋକନ ମଧ୍ୟ ପାଉ ନାହାନ୍ତି । ଚାଷୀଙ୍କୁ ସମିତି ପକ୍ଷରୁ ବସ୍ତା ଯୋଗାଇ ଦିଆଯାଉ ନାହିଁ । ପୁଣି କେତେକଙ୍କ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ସେମାନଙ୍କ ଟୋକନ ରଦ୍ଦ ହେବା ସ୍ଥିତିକୁ ଆସିଥିôଲେ ବି ସେମାନଙ୍କ ଧାନ ସମିତି କିଣୁ ନାହିଁ । ଅନ୍ୟପକ୍ଷରେ ମଣ୍ଡିରୁ ଧାନ ଉଠୁ ନ ଥିବା ବେଳେ ଅନଲାଇନ୍ରେ ପ୍ରତିଦିନ ଧାନ କିଣାର ପରିମାଣରେ ବୃଦ୍ଧି ହେଉଛି । ସମିତିର କିଛି କର୍ମଚାରୀ ଏବଂ ଅଞ୍ଚଳର କିଛି ନେତା ମିଳିମିଶି ରାତି ଅଧିଆ ଗ୍ରାମ୍ୟ ବେପୋରୀଙ୍କ ଠାରୁ କମ୍ ଦରରେ ଧାନ କିଣି ନିଜ ସମ୍ପର୍କୀୟ ଚାଷୀଙ୍କ ନାମରେ ତାହାକୁ ଦେଖାଇ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗରେ ଦର୍ଶା ଯାଇଥିଲା ।
Home ଜିଲ୍ଲା ପରିକ୍ରମା ରାହାଞ୍ଜ ସମବାୟ ସମିତିରେ ଧାନ କିଣାରେ ଅନିୟମିତା ପ୍ରସଙ୍ଗ, ତଦନ୍ତ ପରେ ସମିତି ସମ୍ପାଦିକା ନିଲମ୍ବିତ