Home ଜିଲ୍ଲା ପରିକ୍ରମା ରାସ୍ତା ମଝିରେ ଗର୍ତ, ଦବିଲାଣି ରେବ ନଦୀ ପୋଲ ର ଦୁଇ ମୁଣ୍ଡ , ଯାତାୟାତ...

ରାସ୍ତା ମଝିରେ ଗର୍ତ, ଦବିଲାଣି ରେବ ନଦୀ ପୋଲ ର ଦୁଇ ମୁଣ୍ଡ , ଯାତାୟାତ ହେଲାଣି ଅସମ୍ଭବ

7

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଝାଟିଆ ସାହିଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତାଟି ବ୍ଲକର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା ଅଟେ । ଦୀର୍ଘଦିନ ଧରି ଏହି ରାସ୍ତା ବିପଦସଂକୁଳ ଅବସ୍ଥାରେ ଥିଲା। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ । ପାଇବା ପରେ ପ୍ରଶାସନିକ ଦୃଷ୍ଟି ପଡ଼ି ୭.୧୦କିମି ରାସ୍ତାର ନିର୍ମାଣ କାର୍ଯ୍ୟ ୨ ବର୍ଷ ଧରି ସରିଲାଣି। ମାତ୍ର ଏହି ରାସ୍ତାର ଅବସ୍ଥା କୁ ଦେଖି ଯେ କେହି ବି ବ୍ୟାପକଦୁର୍ନୀତିର ଗନ୍ଧ ବାରି କରି ପାରିବ ଓ କୋଟି କୋଟି ଟଙ୍କା ଅନୁଦାନ ବ୍ୟୟରେ ନିର୍ମାଣ ହେଇଥିବା ଏହି ରାସ୍ତା ଟି ଖାଲ ଢିପ ଓ ଗର୍ତ ରେ ପରିପୂର୍ଣ୍ଣ ହୋଇ ଗଲାଣି । ନିଜ ମନମାନିରେ ଠିକାଦାର ପ୍ରଶାସନିକ ଅଧିକାରୀଙ୍କ ସଲାସୁତରାରେ ଯେନତେନ ପ୍ରକାରେ କାମଚଳା କାମ କରି ସରକାରୀ ଅର୍ଥକୁ ହଡ଼ପ କରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍ଥାନ ତଥା ମଙ୍ଗଳ ପୁର ରେ ବଡ ଗର୍ତ ସହ ରେବ ନଦିର ପୋଲର ଦୁଇ ପାର୍ଶ୍ୱ,ଦୁଇ ଫୁଟ ଲେଖା ଦବିବା ସହିତ ନିକଟ ରାସ୍ତା ଓ କୋରୂଆ କେନାଲ ଦବି ଯାଇଛି, ସେହିପରି ବହୁ ସ୍ଥାନ ରେ ନିମ୍ନ ମାନର ଚିପ୍ସ, ମେଂଟାଲ, ପିଚୁ ବ୍ୟବହାର କରାଯାଇ ଥିବାରୁ ରାସ୍ତା ର ଦୂରାବସ୍ଥା ନ କହିବା ଭଲ।ରାସ୍ତାରେ ପଥର ଗୁଣ୍ଡ ପଡ଼ିଥିବା ହେତୁ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଧୂଳି ଉଡ଼ିବା ଦ୍ୱାରା ରାସ୍ତାରେ ଯାଉଥିବା ସମସ୍ତ ସ୍କୁଲ ପିଲାଠାରୁ ଆରମ୍ଭ କରି କଲେଜ ପିଲା ପର୍ଯ୍ୟନ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକାଦାର ରାସ୍ତାରେ ପାଣି ପକାଉ ନାହାନ୍ତି । ଫଳରେ ଧୂଳି ଧୂଆଁରେ ଆଖପାଖ ଅଂଚଳ ପରିପୂର୍ଣ ହୋଇଯାଉଛି ଓ ଏଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।ବିଭାଗୀୟ ଉପଖଣ୍ଡ ଅଧିକାରୀ ରଞ୍ଜନ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଲେ ଖୁବ୍ ଶୀଘ୍ର ଏଥିପାଇଁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.