Home ଜିଲ୍ଲା ପରିକ୍ରମା ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କଲେ ବିଡିଓ

ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କଲେ ବିଡିଓ

68

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ କାଦବରାଙ୍ଗ ପଞ୍ଚାୟତର ୪ ନଂ ୱାର୍ଡ ଅଧୀନରେ ଯାଉଥିବା ବନ୍ତଳା ଗ୍ରାମ କଦମ୍ବଗଡିଆ ସାହିକୁ ସ୍ୱାଧୀନତାର ୭୪ ବର୍ଷ ଅତିକ୍ରାନ୍ତ ପରେ ମଧ୍ୟ ଯାତାୟତର ସୁବିଧା ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଥିଲା । ଏହି ଗ୍ରାମଟିର ଲୋକସଂଖ୍ୟା ପ୍ରାୟ ୧୫୦ ହୋଇଥିବାବେଳେ କାଦବରାଙ୍ଗ-ଆଡିଆ ଆର୍‌ଡି ରାସ୍ତା ଏହି ସାହିକୁ ସଂଯୋଗ କରୁଛି । ଖରାଦିନକୁ ଛାଡିଦେଲେ ଅନ୍ୟ ଦିନମାନଙ୍କରେ ଏଠାକୁ ଦୁଇ ଚକିଆ ଯାନ ଯିବା ତ ଦୂରେ ଥାଉ ଖାଲିପାଦରେ ଚାଲି ଚାଲି ଯିବା ମଧ୍ୟ ବିପଦ ସଂକୁଳ । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଏହି ସାହିମଧ୍ୟକୁ ପ୍ରବେଶ କରିପାରେନା । ଗାଁର ଛାତ୍ରଛାତ୍ରୀ ଓ କୁନି କୁନି ପିଲାମାନେ ସ୍କୁଲ, କଲେଜ ତଥା ଅଙ୍ଗନୱାଡି କେନ୍ଦ୍ରକୁ ଏହି ରାସ୍ତା ଦେଇ ଯିବାରେ ବିପଦ ସଂକୁଳ ପରିସ୍ଥିତି ଉପୁଜୁଥିଲା । ତେବେ ସ୍ଥାନୀୟ ପଞ୍ଚାୟତର ଯୁବ ବିଜେଡି ସଭାପତି କିଶୋର ରାଉତଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବହୁବାର ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଆସୁଥିବାବେଳେ ଗତବର୍ଷ ସେପ୍ଟେମ୍ବର ମାସରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ କାଦବରାଙ୍ଗ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ପୁନଃ ସମୀକ୍ଷା କରିବାକୁ ଆସି ବନ୍ତଳା ଗ୍ରାମକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆଙ୍କ ସହ ଯାଇଥିଲେ । ରାସ୍ତା ସମସ୍ୟା ଯୋଗ୍ୟୁ ସେ ନିଜେ ପାଦରେ ଚାଲି ଚାଲି ପ୍ରକୃତ ଦୁଃଖ ହୃଦୟଙ୍ଗମ କରିଥିଲେ । ଏହି ରାସ୍ତା ସମସ୍ୟା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଘଟୁଥିବା ନେଇ ଗ୍ରାମବାସୀଙ୍କ ସମେତ ହିତାଧିକାରୀମାନେ ତାଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ସେ କଦମ୍ବଗଡିଆ ସାହି ରାସ୍ତା ନିର୍ମାଣ କାର୍ଯ୍ୟ ମନରେଗାରେ ଅନୁମୋଦନ କରିବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘଦିନର ଦୁଃଖ ଏବେ ଦୂର ହେବାକୁ ଯାଉଛି । ଉକ୍ତ ଯୋଜନାରେ ଏବେ ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ମଂଜୁର ହୋଇଛି । ବ୍ଲକ୍ ଉନ୍ନୟନ ଅଧିକାରିଣୀ ରେବେକା ବିଲୁମ୍ ଏହି ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର ଓ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବିଶ୍ୱାଳଙ୍କ ସହ ପହଞ୍ôଚ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.