Home ଓଡ଼ିଶା ଆରପାରିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଆରପାରିରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

94

ନୟାଗଡ଼, ୧୧ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଶ୍ୱର ଜଣେ ଆଗଧାଡ଼ିର ବିଶିଷ୍ଟ ପରିବେଶ୍‌ବିତ୍ , ଅର୍ଥନୀତିଜ୍ଞ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧିନ ଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ଗ୍ରାମର ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ଗତବର୍ଷ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା। ୧୯୯୨-୯୩ ମସିହାରେ ଜୈବିକ ପଦ୍ଧତି ଆପଣେଇ ସଫଳତା ପାଇଥିବା ରାଧାମୋହନ ୧୯୮୯ ମସିହାରେ ଓଡ଼ଗାଁ ବ୍ଳକ ରୋହିବାଙ୍କ ଅଂଚଳରେ ଏକର ଏକର ଟାଙ୍ଗରା ଚାଷଜମିରେ ଏହି ପଦ୍ଧତିରେ ସୁନାର ଫସଲ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏଠାରେ ପ୍ରାୟ ୯୦ ଏକରରୁ ଅଧିକ ଜମିକୁ ପରୀକ୍ଷା କରି କୃଷି ବିଜ୍ଞାନ ସହାୟତାରେ ସଫଳତା ପାଇଥିଲେ। ଏହି ଟାଙ୍ଗରା ଜମିକୁ ଖାଲି ଚାଷଜମିରେ ପରିଣତ କରିନଥିଲେ ଏଥିରୁ ସେ ୫ଶହ ପ୍ରକାର ଦେଶୀଧାନ ରଖିଥିଲେ ଓ ଏଥିରେ ସେ ଏକ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ସେ ବିଭିନ୍ନ କଲେଜରେ ଅଧ୍ୟାପନା କରି ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରି ୨୦୦୫-୦୬ ମସିହାରେ ଓଡ଼ିଶାର ପ୍ରଥମ ସୂଚନା କମିଶନର ଭାବେ କାର୍ଯ୍ୟ କରିଥିଲାବେଳେ ଆମେରିକାରୁ ଗ୍ଲୋବାଲ ରୋଲ ଅଫ ଅନର ପାଇଥିଲେ। ତାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଥିଲାବେଳେ ନୟାଗଡ଼ ‌ବିଧାୟକ ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.