Home ଓଡ଼ିଶା ରାସ୍ତା କାମ ନିମ୍ନ ମାନର ଅଭିଯୋଗ …କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ତଦନ୍ତ

ରାସ୍ତା କାମ ନିମ୍ନ ମାନର ଅଭିଯୋଗ …କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ତଦନ୍ତ

60

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)୦୩/୦୮-  ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ରାସ୍ତା କୋଇଲମା ଠାରୁ କଙ୍କିଆ ପର୍ଯ୍ୟନ୍ତ ଉନ୍ନତି କରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ୬ କିଲୋମିଟର ରାସ୍ତା ରୁ ୫ କିଲୋମିଟର ୨୦୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ହାତ କୁ ନିଆଯାଇଥିଲା । ଚାଲୁଥିବା କାର୍ଯ୍ୟ ନିମ୍ନ ମାନର ହେଉଥିବା ବାରମ୍ବାର ଅଭିଯୋଗ ପରେ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ହୋଇଥିଲା । ତେଣୁ ନୟାଗଡ ପୁର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର୍ ଉକ୍ତ ରାସ୍ତା ରେ ପହଂଚି ନିର୍ମାଣାଧିନ କାର୍ଯ୍ୟର ବୈଷୟିକ ପରୀକ୍ଷା କରିଥିବା ଜଣାପଡିଛି ।

ପରୀକ୍ଷା ସମୟରେ କିଛି କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅନୁଭବ କରିଥିଲେ । ଯାହାଫଳ ରେ ୧୦ ଦିନ ଭିତରେ ନିମ୍ନ ମାନର କାର୍ଯ୍ୟ କୁ ପୁନର୍ବାର କରିବା ପାଇଁ ନିର୍ଦେଶ ଦେଇଥିବା ବିଭାଗୀୟ ତରଫରୁ ସୂଚନା ମିଳିଛି । ଏ ସର୍ମ୍ପକେ କାର୍ଯ୍ୟରତ ଠିକାଦାର ଙ୍କୁ ପଚାରି ବାରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଘଟଣାକୁ ସ୍ୱୀକାର କରିଥିଲେ । ଏବଂ ପୁର୍ନବାର ଉକ୍ତ କାମ ନକଲା ପର୍ଯ୍ୟନ୍ତ ବିଲ୍ ପ୍ରଦାନ କୁ ନୟାଗଡ ପୁର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ଥଗିତ ରଖିଥିବା କଥା ମଧ୍ୟ କହିଥିଲେ । ଯାହାଫଳରେ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ କରୁଥିବା ଅଭିଯୋଗକାରୀ ମାନେ ବିଭାଗୀୟ ଉଚ୍ଚ ପର୍ତ୍ତୁପକ୍ଷ ଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.