Home ଜିଲ୍ଲା ପରିକ୍ରମା ରାସ୍ତା କଡରୁ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର

ରାସ୍ତା କଡରୁ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର

31

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ତ କରଞ୍ଜମାଳ ପଂଚାୟତରୁ ଏକ ନବ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ କରଞ୍ଜମାଳ ପଂଚାୟତ ମୁନିପଦା ଠାରେ ଏକ ନବଜନ୍ନିତ ଶିଶୁ କନ୍ୟାକୁ କେହି ମା ଜନ୍ମ ଦେବା ପରେ ଏକ ପଲିଥିନରେ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା । ଶିଶୁ କନ୍ୟାର କାନ୍ଦ ଶୁଣି ମୁନିପଦା ଗ୍ରାମର ସୁମିତ୍ରା ମାଝୀ ସଂପୃକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ଧାମରା ମେଡିକାଲକୁ ଆଣିଥିଲେ । ଧାମରା ମେଡିକାଲର ଡ ଜନ୍ମେଞ୍ଜୟ ବେହେରା ଏବଂ ଡ.ଜଶ୍ୱଶିନୀ ମିଶ୍ର ସଂପୃକ୍ତ ଶିଶୁ କୁ ପ୍ରାଥମିକ ଚିକିତ୍ସା କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମେଡିକାଲକୁ ଉନ୍ନତ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଡ.ଜନ୍ମେଞ୍ଜୟ ବେହେରାଙ୍କ କହିବାନୁଯାୟୀ ସଂପୃକ୍ତ ଶିଶୁ କନ୍ୟାକୁ କେହି ଜନ୍ମ କରିବା ପରେ ପଲିଥିନରେ ବାନ୍ଧି ଫିଙ୍ଗି ଦେଇଯାଇଛନ୍ତି । ସଂପୃକ୍ତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଜଟିଳ ଥିବା ବେଳେ ମାତ୍ର ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.