Home ଜିଲ୍ଲା ପରିକ୍ରମା ରାସ୍ତା କଡରୁ ଦିନ ଦ୍ୱିପ୍ରହରରେ ଗଛର ବିରାଟ ବାହୁ କାଟି ନେଲେ, ବିଭାଗ ଚୁପ

ରାସ୍ତା କଡରୁ ଦିନ ଦ୍ୱିପ୍ରହରରେ ଗଛର ବିରାଟ ବାହୁ କାଟି ନେଲେ, ବିଭାଗ ଚୁପ

14

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରୋଡ ର କଚେରି ବଜାର ଠାରେ ଏକ ପୁରାତନ ବଡ ସିରିସି ଗଛରୁ ଏକ ବିରାଟ ବାହୁ ଦୁଇଟି କୁ କାଟି ବିକ୍ରି କରା ଯାଇଥିବା ଦେଖିବାକୁ ମିଳିଛି।ପ୍ରକାଶ ଥାଉକି ଜୟୀନଗର ମୌଜାରେ ବ୍ଲକ ରୋଡ ରେ କଚେରି ବଜାର ରେ ଏକ ଘରୋଇ ମାର୍କେଟ କମ୍ପେ୍ଲକ୍ସ ତିଆରି ହେଉଥିବା ବେଳେ ସଂପୃକ୍ତ ଜାଗା ମାଲିକ ଉକ୍ତ ସରକାରୀ ରାସ୍ତା କଡ ରୁ ସେହି ଗଛ ରୁ ବାହୁ କାଟି ନେଇ ବିକ୍ରି କରିଛନ୍ତି । ଏ ନେଇ ଧାମନଗର ଫରେଷ୍ଟ ବିଭାଗ ର ଦୁଇ ଜଣ କର୍ମଚାରି ଘଟଣା ସ୍ଥଳରେ ପହଁଚି ଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତେବେ ସରକାରୀ ରାସ୍ତା କଡ ରେ ପରିବେଶ ସୁରକ୍ଷା ପାଇଁ ସରକାର ଗଛ ଲଗାଉ ଥିବାବେଳେ ଧାମନଗର ରେ ଏପରି ଦିନ ଦିପହରରେ ସରକାରୀ ଜାଗାରୁ ଗଛର ବାହୁ କୁ କାଟି ନେବା ନିହାତି ନିନ୍ଦନୀୟ ଘଟଣା ବୋଲି ଆଈନିଯିବି ରମେଶ ବେହେରା କହିଛନ୍ତି।ତେବେ ବେଆଇନି ଭାବେ ଗଛକାଟି ଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏ ଦିଗରେ ଫରେଷ୍ଟ ବିଭାଗ ଅଧିକାରିଣୀ ସୁଷମା ସାହୁ କହୁଛନ୍ତି ଯେ ଉକ୍ତ ସ୍ଥାନ ରେ ଜାଗା ମାଲିକ ଗଛର ବାହୁ କାଟିବା ପାଇଁ ଦରଖାସ୍ତ କରିଥିଲେ ତେବେ ଅଫିସ ପକ୍ଷରୁ ଅନୁମତି ଦିଆ ଯାଇନାହିଁ । ଦୁଇଦିନ ଛୁଟି ଥିବାରୁ ସେ ଏପରି କାଣ୍ଡ କରିଛନ୍ତି ।ମଙ୍ଗଳବାର ଅଫିସ ଖୋଲିବା ପରେ ଘଟଣା ତଦନ୍ତ କରାଯିବ ଓ ସେ କାଠ କୁଆଡେଗଲା ତାହାର ବି ତଦନ୍ତ ହେବ ବୋଲି ଶ୍ରୀମତୀ ସାହୁ କହିଥିଲେ । ତେବେ ଛୁଟି ର ମୌକା ଦେଖି ଏପରି ସରକାରୀ ଗଛର ବାହୁକୁ କାଟି ବିକ୍ରି କରି ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲ ରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.