Home କୋରାପୁଟ ରାସ୍ତା ଓ ବିଜୁଳୀ ପାଇଁ ଗ୍ରାମବାସୀଙ୍କ ଦାବି

ରାସ୍ତା ଓ ବିଜୁଳୀ ପାଇଁ ଗ୍ରାମବାସୀଙ୍କ ଦାବି

111

କୋରାପୁଟ ;ତା୨୫-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଅନେକ ଦାବି ପରେ ମଧ୍ୟ ଜିଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧି ସେମାନଙ୍କ ଗାଁକୁ ସବୁ ଦିନିଆ ରାସ୍ତା ଓ ବିଜୁଳୀ ଯୋଗାଇବାରେ ବିଫଳ ହୋଇଛନ୍ତି, ତେଣୁ ଶେଷଥର ପାଇଁ ସେମାନଙ୍କ ଦାବି ପ୍ରଶାସନକୁ ଜଣାଇବାକୁ ଆସିଥିବାବେଲେ ଆଗାମୀ ୧୫ଦିନ ମଧ୍ୟରେ ରାସ୍ତାକାମ ଆରମ୍ଭ ନହେଲେ ସେମାନେ ୨୬ ନଂ ଜାତୀୟ ରାଜପଥ ଅବରୋଦ୍ଧ କରିବେ ବୋଲି ଚେତାବନୀ ଦେଇଛନ୍ତି ସଦର ବ୍ଲକ ପଦ୍ମପୁର ପଂଚାୟତର ଖାଲପଦର ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରକାର ସବୁ ଗାଁକୁ ପକ୍କାରାସ୍ତା ଓ ସବୁ ଘରକୁ ବିଜୁଳୀ ଯୋଗାଣ ନାରା ଦେଉଥିବାବେଳେ ଖାଲପଦର ଗ୍ରାମବାସୀଙ୍କୁୁ ସେଥିରୁ ବଂଚିତ କରା ଯାଇଛି। ୨୦୧୦-୧୧ରେ ୨୬ ନଂ ଜାତୀୟ ରାଜପଥ ଘାଟଗୁଡା ଛକରୁ ଦାମନଯୋଡି ଯାଇଥିବା ରାସ୍ତାର ବନ୍ଧଗୁଡାରୁ ଖାଲପଦର ରାସ୍ତା କାମ ପାଇଁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା। ସଦର ବ୍ଲକ ଦ୍ୱାରା କାମ ଆରମ୍ଭ କରାଗଲା କିନ୍ତୁ ଅଳ୍ପ କିଛି କାମ କରି ଠିକାଦାର ବିଲ ଉଠାଇ ରାସ୍ତା କାମ ଅଧା ପନ୍ତରିଆ କରି ଚାଲିଗଲେ। ରାସ୍ତାଟି ଆଜିବି ସେହିପରି ଅଧାରେ ପଡି ରହିଛି। ଦୀର୍ଘ ବର୍ଷ ପରେ ମଧ୍ୟ ଆଉ କାମ ଆରମ୍ଭ ହୋଇ ପାରୁନି। ସେହିପରି ଗାଁରେ ବିଜୁଳୀ ଯୋଗାଣ ପାିଁ ଖୁଂଟ ପଡିଛି ହେଲେ ବିଜୁଳୀ ସଂଯୋଗ କେବେ ହେବ ଠିକଣା ନାହିଁ। ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି, ଗାଁରେ ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ଶିଶୁ ଓ ଗର୍ଭବତୀ ବନ୍ଧଗୁଡା କେନ୍ଦ୍ର ଉପରେ ନିର୍ଭର କରି ଥାଆନ୍ତି, କିନ୍ତୁ ରାସ୍ତା ସମସ୍ୟା ଯୋଗୁଁ ସେମାନେ ଟୀକା କରଣ, ପ୍ରିସ୍କୁଲ ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ପାିବାରୁ ବଂଚିତ ହେଉଛନ୍ତି। ତେଣୁ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୂତ୍ୱ ଦେଇ ଖାଲପଦରକୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଓ ବିଜୁଳୀ ସଂଯୋଗ ଦେବାକୁ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ଫେରାଦ ହୋଇଥିବାବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.