ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମେନେଜମେଂଟ ଅଡୁଆ ପାଇଁ ଛାତ୍ର ଛାତ୍ରୀ ଙ୍କ ଜୀବନ ଅଡୁଆ ରେ। କଲେଜ୍ ରେ ପାଠ ପଢା ବନ୍ଦ୍ ପ୍ରତିବାଦ ରେ ରାସ୍ତାରୋକ। ଭଦ୍ରକ ଜିଲ୍ଲା ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିଛନ୍ତି । ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥ ର ବରପଦା ଛକ ନିକଟ ରେ ରାସ୍ତା ରୋକ୍ କରାଯାଇଛି । ଦୀର୍ଘ ଦିନ ହେବ କଲେଜ୍ ରେ ପାଠ ପଢା ହେଉନଥିବା ନେଇ ପୂର୍ବରୁ ମଧ୍ୟ କଲେଜ୍ ଗେଟ ରେ ତାଲା ପକାଇଥିଲେ। ଆଜି ଛାତ୍ର ଛାତ୍ରୀ ମାନେ ଭଦ୍ରକ ଆନନ୍ଦପୁର ରାସ୍ତା କୁ ଅବରୋଧ କରି ପ୍ରତିବାଦ କରିଛନ୍ତି। କଲେଜ ଅଧକ୍ଷ ଆସିବା ସହ କ୍ଲାସ କିପରି ହେବ ସେ ନେଇ ଦାବୀ କରିଛନ୍ତି ଛାତ୍ର ଛାତ୍ରୀ। ଆଗାମୀ ଦିନରେ ପରୀକ୍ଷା ଥିବାରୁ କ୍ଲାସ ହେଉନଥିବାରୁ ପ୍ରତିବାଦ କରିଛନ୍ତି। ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଂଚଳ ପୋଲିସ ପହଂଚି ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ପହଁଚି ନଥିବା ସୂଚନା ମିଳିଛି।