Home ଜିଲ୍ଲା ପରିକ୍ରମା ରାସ୍ତାର ଦୂରାବସ୍ଥା, ୧ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ରାସ୍ତାର ଦୂରାବସ୍ଥା, ୧ କିମି ଷ୍ଟ୍ରେଚରରେ ବୁହାହେଲେ ରୋଗୀ

3

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ଦୀର୍ଘବର୍ଷ ପରେ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ଭଲ ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଷ୍ଟ୍ରେଚରରେ ବୁହାହେବା ପରି ଘଟଣା ଦେଖିବାକୁ ମିଳିଛି ଗଣିଜାଙ୍ଗ ପଂଚାୟତ ବୃନ୍ଦାବନପୁର ଗ୍ରାମରେ। ଗ୍ରାମର ୫୬ ବର୍ଷିୟ ଏକା ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଦେହ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଥିଲା। ମାତ୍ର ଗ୍ରାମ ରାସ୍ତାର ଦୟନୀୟ ଅବସ୍ଥା ଦେଖି ଡ଼୍ରାଇଭର ଆମ୍ବୁଲାନ୍ସକୁ ରୋଗୀଙ୍କ ପର୍ଯ୍ୟନ୍ତ ନେଇ ପାରିନଥିଲେ। ଫଳରେ ଗ୍ରାମର ଯୁବକ ଓ ସ୍କୁଲ ଛାତ୍ରମାନେ ଖର୍ଦ୍ଧା ସାହିରୁ ବୃନ୍ଦାବନପୁର ଏକ କି:ମି: ପର୍ଯ୍ୟନ୍ତ୍ ରୋଗୀଙ୍କୁ ଷ୍ଟ୍ରେଚରରେ ନେବାକୁ ବାଧ୍ୟ ହୋଇଥିଲେ। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରକାଶଥାଉକି, ଏହି ରାସ୍ତାଟି ବନ୍ତ ପଂଚାୟତ ସମିତି ଅଧିନରେ ଥିବା ବେଳେ ୧ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାତ୍ର ଠିକାଦାର ପ୍ରାରମ୍ଭିକ ପର୍ଯ୍ୟାୟରେ ମାଟିଖୋଳି ରାସ୍ତାରେ ବିଛାଇ ଥିବାରୁ କାଦୁଅ ପଚପଚ ରାସ୍ତାରେ ଆମ୍ବୁଲାନ୍ସଟି ଯାଇପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.