Home ଜିଲ୍ଲା ପରିକ୍ରମା ରାସ୍ତାରେ ବର୍ଜ୍ୟବସ୍ତୁକୁ ନେଇ ଜନ ଅସନ୍ତୋଷ

ରାସ୍ତାରେ ବର୍ଜ୍ୟବସ୍ତୁକୁ ନେଇ ଜନ ଅସନ୍ତୋଷ

8

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ପାଳଦାବାଙ୍କ ଠାରୁ ମଣିନାଥପୁରକୁ ସଂଯୋଗ କରୁଥିବା ପୂର୍ତ ରାସ୍ତାର ପଟାପୋଲ ବଜାର ନିକଟରେ ରାସ୍ତାରେ ଆବର୍ଜନାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତିଦିନ ଏହି ରାସ୍ତା ଦେଇ ଭଦ୍ରକ ଓ ଯାଜପୁର ମଧ୍ୟରେ ଶହ ଶହ ଗାଡିମୋଟର ଯାତାୟତ କରିଥାଏ । ଏହାଛଡା ବ୍ଲକ୍‌ର ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ, କୁରିଗାଁ ପ୍ରମୁଖ ପଂଚାୟତର ଜନସାଧାରଣ ଏହି ରାସ୍ତାଦେଇ ବ୍ଲକ୍ ମୁଖ୍ୟାଳୟ ଭଣ୍ଡାରିପୋଖରୀକୁ ଆସିଥାନ୍ତି । ରାସ୍ତାର ପଟାପୋଲ ନିକଟରେ ଅତି ଅପରିଷ୍କାର ପରିସ୍ଥିତି ସୃଷ୍ଟି ହୋଇଛି । ଜଳସଂପଦ ବିଭାଗ ପକ୍ଷରୁ ରହଣିଆ ମାଇନରକୁ ସଫା କରାଯାଇଥିବାବେଳେ ଏଥିରୁ ବାହାରିଥିବା ମାଟି କାଦୁଅ ସହ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ରାସ୍ତାରେ କୁଢ କରାଯାଇଛି । ପଟାପୋଲ ବଜାର ଠାରୁ ହାଜିପୁର ଛକ ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାଶ୍ୱର୍ରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷା ହେଲେ କଂକ୍ରିଟ୍ ରାସ୍ତା ଉପରକୁ ପଡିଥିବା ମାଟି କାଦୁଅ ବୋହି ଆସୁଛି । ଫଳରେ ସାଇକେଲ ଓ ମୋଟର ସାଇକେଲ୍ ଆରୋହୀମାନେ ଖସରି ପଡିବା ଆଶଙ୍କାରେ ଏହା ଉପରେ ଯିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଏହାଛଡା କୁଢ ହୋଇଥିବା ବିଭିନ୍ନ ନିକୃଷ୍ଟ ପଦାର୍ଥରୁ ମଧ୍ୟ ଦୁର୍ଗନ୍ଧ ବାହାରୁଛି । ଫଳରେ ଲୋକମାନେ ଯାତାୟତ ପାଇଁ ଅସ୍ୱାସ୍ଥ୍ୟକର ପରିବେଶକୁ ସମ୍ମୁଖୀନ ହେଉଛନ୍ତି । ତେଣୁ ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.