Home ଜିଲ୍ଲା ପରିକ୍ରମା ରାସେଶ୍ୱରୀ ଦେବେଶ୍ୱରୀ ବେଦେଶ୍ୱରୀ ରାଧାରାଣୀଙ୍କ ବିବାହ ଉତ୍ସବ

ରାସେଶ୍ୱରୀ ଦେବେଶ୍ୱରୀ ବେଦେଶ୍ୱରୀ ରାଧାରାଣୀଙ୍କ ବିବାହ ଉତ୍ସବ

54

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚନ୍ଦନବଜାରସ୍ଥିତ ବାବା ରାମଦାସଙ୍କ ଆଶ୍ରମରେ ଭାରତୀୟ ପ୍ରାଚୀନ ସଂସ୍କୃତି ଉପରେ ଆଧାରିତ ରାଧାରାଣୀ ଓ ଭଗବାନ ଶ୍ରୀକୃଷ୍ଣଙ୍କର ବିବାହ ଉତ୍ସବ ସନ୍ଥ ସନ୍ୟାସୀ ପ୍ରାଜ୍ଞ ପୁରୁଷ ମୁକୁନ୍ଦ କୃଷ୍ଣ ମହାରାଜଙ୍କ ଅଧ୍ୟକ୍ଷତାରେ ତା୧ା୧୨ା୨୩ରିଖରୁ ତା୭ା୧୨ା୨୩ରିଖ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ଭାଗବତ ଆଲୋଚନା ସହ ଓ ଦେଶ ଓ ରାଜ୍ୟ ବାହାରର ସନ୍ଥ-ସାଧୁ-ମହନ୍ତ ମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଶେଷ ଦିବସରେ ରାସେଶ୍ୱରୀ ରାଧାରାଣୀଙ୍କ ବିବାହ ପରମେଶ୍ୱର ବ୍ରହ୍ମାଣ୍ଡ ଠାକୁର ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତିର ବିବାହ ଉତ୍ସବ ଯଥାବିଧି ଶାସ୍ତ୍ରାନୁଯାୟୀ ବହୁ ଆଡମ୍ବରରେ ସମ୍ପର୍ଣ୍ଣ ହୋଇଛି । ଓଡିଶାର ପ୍ରଥମ ରାଧାକୃଷ୍ଣ ବିବାହ ଉତ୍ସବ ବିଗତ ୮ବର୍ଷ ଧରି ଅବ୍ୟାହତ ଭାବେ ପାଳନ କରାଯାଉଛି । ବଦ୍ଧେଶ୍ୱର ରାମଦାସ ମହାରାଜଙ୍କ କୃପାପାତ୍ର ଶିଷ୍ୟ ସ୍ୱାମୀ ମୁକୁନ୍ଦକୃଷ୍ଣ ଦାସଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ସନ୍ଥସାଧୁ ଜ୍ଞାନୀ ଗୁଣୀଜନଙ୍କ ସମେତ ନୀଳଗିରି ରାଜମହଷୀ ରାଣୀ ମନୋଜ ମଞ୍ଜରୀ ଦେବୀ, ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ, ଶ୍ରୀମନ୍ଦରି ପରିଚାଳନା ସମିତି ସଭ୍ୟ ରାମକୃଷ୍ଣ ଦାସ ମହାରାଜ, ପୁରୀ ସିଦ୍ଧବକୁଳ ମଠର ମହନ୍ତ ଶ୍ରୀନିବାସ ଦାସ ମହାରାଜ, ମତିରାମ ମଠ ମହନ୍ତ ଅଭିରାମ ଦାସ, ଚେନ୍ନାଇର ସନ୍ଥ ଶ୍ରଦ୍ଧାନନ୍ଦ ମହାରାଜ ଉପସ୍ଥିତ ଥାଇ ପୁରାଣ ବର୍ଣ୍ଣିତ ଅନୁଷ୍ଠାନଟିକୁ ମହାସମାରୋହରେ ବର୍ଣ୍ଣାଢ଼୍ୟ ପରିବେଶରେ ହଜାର ହଜାର ଶ୍ରୋତା ତଥା ଦର୍ଶକଙ୍କ ଗହଣରେ ପରିବେଷଣ କରାଯାଇଥିଲା । ଉତ୍ସବରେ ସମାଜସେବୀ ରମେଶଚନ୍ଦ୍ର ମହାୱରଙ୍କୁ ସମାଜ ସେବା ପାଇଁ ବେଲା ଅଗ୍ରୱାଲଙ୍କ କାର୍ଯ୍ୟଦକ୍ଷତା ପାଇଁ ଓ ସଂଗଠକ ଭାବେ ଡଃ ବାଇଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.